କୁକୁର ଖୋଜୁଛି ମହିଳାଙ୍କ କଟାମୁଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ରାସ୍ତାକଡ଼ ବୁଦୁବୁଦିକା ନଟିରେ ପଡ଼ିଥିବା ସେ ମୃତଦେହକୁ ବିନା ସଂପୂର୍ଣ୍ଣ  ଦେଖାଇବା ଅସମ୍ଭବ । ସମୟ ସକାଳ ପ୍ରାୟ ୮ଟା । ଭୁବନେଶ୍ୱର ଉପକଣ୍ଠ ଦାସପୁରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡିଥିବା ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା । ଲୋକ ଗହଳି ଲାଗିଥିଲା। ହେଲେ କେହି ଚିହ୍ନି ପାରିନଥିଲେ । ପୁଲିସ ବି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା […]

tnm

Tapas Behera
  • Published: Thursday, 04 February 2021
  • , Updated: 04 February 2021, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି। ରାସ୍ତାକଡ଼ ବୁଦୁବୁଦିକା ନଟିରେ ପଡ଼ିଥିବା ସେ ମୃତଦେହକୁ ବିନା ସଂପୂର୍ଣ୍ଣ  ଦେଖାଇବା ଅସମ୍ଭବ । ସମୟ ସକାଳ ପ୍ରାୟ ୮ଟା । ଭୁବନେଶ୍ୱର ଉପକଣ୍ଠ ଦାସପୁରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡିଥିବା ଖବର ବିଜୁଳି ବେଗରେ ବ୍ୟାପି ଯାଇଥିଲା । ଲୋକ ଗହଳି ଲାଗିଥିଲା। ହେଲେ କେହି ଚିହ୍ନି ପାରିନଥିଲେ । ପୁଲିସ ବି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ଛାନଭିନ୍ । ଫୋରେନ୍ସିକ ଟିମ୍ ତନ୍ନତନ୍ନ ଯାଞ୍ଚ କରିଥିବାବେଳେ ପାଖରେ ପଡ଼ିଥିବା ଲୁଗା, ଏକ ଗ୍ଲୋବ୍ସ ଓ ଛୁରୀ ଜବତ କରିଛି। ମହିଳାଙ୍କ ମୁଣ୍ଡଟି ଆଖପାଖରେ କେଉଁ ସ୍ଥାନରେ ଫିଙ୍ଗା ଯାଇଥିବା ଅନୁମାନ କରି ଡଗ୍ ସ୍କ୍ୱାର୍ଡ଼ ସହାୟତା ନେଇଥିଲା କମିଶନରେଟ୍ ପୁଲିସ।  ଏମିତିକି ମୃତଦେହ ପଡିଥିବା ସ୍ଥାନରୁ ୫ଶହ ମିଟର ଦୂରରେ ଥିବା ଓଡିଶା ବାୟୋଟେକ୍ ପାର୍କ ପର୍ଯ୍ୟନ୍ତ କୁକୁର ଯିବାରୁ, ଗେଟ୍ ତାଲା ଭାଙ୍ଗି ପାର୍କରେ ପଶିଥିଲା ପୋଲିସ ହେଲେ ବହୁ ଖୋଜାଖୋଜି ପରେ ବି ମିଳିନଥିଲା ମୁଣ୍ଡ।

ତେବେ ରାଜଧାନୀ ଉପକଣ୍ଠ ରାସ୍ତାକଡ଼ରୁ ମିଳିଥିବା ଏ ମୁଣ୍ଡବିହୀନ ମୃତଦେହ କାହାର? କିଏ ଓ କେଉଁ ପରିସ୍ଥିତିରେ ମହିଳାଙ୍କୁ କଲା ବୀଭତ୍ସ ହତ୍ୟା? ପୁଲିସ ପାଇଁ ଏବେ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ଅଗ୍ରାଧିକାର ଭିତ୍ତିରେ ଚାଲିଛି । କଟାମୁଣ୍ଡ ଖୋଜା ଯେହେତୁ ଘଟଣାସ୍ଥଳରୁ ଏକ ଛୁରୀ ଓ ଗ୍ଲୋବ୍ସ ମିଳିଛି, ତେଣୁ ମହିଳାଙ୍କୁ କେହି ଏହିଠାରେ ହିଁ ହତ୍ୟା କରିଥିବା ଅଧିକ ଆଶଙ୍କା କରାଯାଉଛି । ସେପଟେ ମହିଳାଙ୍କ ହାତରେ ଏକ ଟାଟୁକୁ ନେଇ ବି ପୋଲିସ୍ ସୁରାଗ୍ ଖୋଜୁଛି । ରାଜଧାନୀ ଓ ଏହାର ଆଖପାଖ ସବୁ ଥାନାକୁ ଖବର ଦିଆଯାଇଛି । ସେପଟେ ଅନ୍ଧାରୁଆ ପଞ୍ଚାୟତ ଦାସପୁର ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥିବା ସାଙ୍ଗକୁ ପୁଲିସ ପାଟ୍ରୋଲିଂ ଠିକ୍ରେ ହେଉନଥିବାରୁ ଅପରାଧୀଙ୍କୁ ସୁହାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

ଏବେ ଅପେକ୍ଷା କେତେଶୀଘ୍ର ଅଜଣା ମୃତଦେହକୁ ଚିହ୍ନଟ କରି ଘଟଣାର ପର୍ଦ୍ଦାଫାସ୍ କରୁଛି କମିଶନରେଟ୍ ପୁଲିସ ।

Related story