କାର କାଚ ଭାଙ୍ଗି ଦେବାରୁ ଯୁବକଙ୍କ ଜୀବନ ନେଇଗଲେ ସ୍ୱାମୀ, ସ୍ତ୍ରୀ ଓ ପୁଅ

ସୁନ୍ଦରଗଡ଼:(ଓଡ଼ିଶା ରିପୋର୍ଟର): ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅଁଳାବାହାଲ ଗାଁରେ। ଗତ ୧ ତାରିଖ ଶନିବାର ରାତିରେ ଏହି ଘଟଣା ଘଟିଛି। ସେହି ଗାଁର ଯୁବକ ସାକ୍ଷୀଗୋପାଳ ପୋଢ଼ ରାତିରେ ଖାଈ ସାରି ଗାଁର କ୍ଲବ ଘର ବାରଣ୍ଡାରେ ଶୋଇଥିଲେ।

କ୍ଲବ ଘର ସମ୍ମୁଖରେ ରହୁଥିବା କାନ୍ତ ବେଶନଙ୍କ ସହିତ ସାକ୍ଷୀଗୋପାଳଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ସାକ୍ଷୀଗୋପାଳ ଏକ ଇଟା ଖଣ୍ଡ ଫୋପାଡ଼ି କାନ୍ତ ବେଶନଙ୍କ ଘରେ ଛିଡା ହୋଇଥିବା କାରର କାଚ ଭାଙ୍ଗ ଦେଇଥିଲେ।

ଏଥିରେ କାନ୍ତ ବେଶନ, ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ସହିତ ସାକ୍ଷୀଗୋପାଳକୁ ଧରି ଆଣି ନିଜ ଘର ଗେଟର ଗ୍ରୀଲ ରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ। ଯେଉଁଥିରେ ସାକ୍ଷୀଗୋପାଳ ଗୁରୁତର ଆହତ ହୋଇଥିଲେ। ସାକ୍ଷୀଗୋପାଳଙ୍କ ଘର ଲୋକେ ଆସି ଉଦ୍ଧାର କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, ତେବେ ସେଠାରେ ତାର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ କାନ୍ତ ବେଶନ ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ, ଦୁଇ ପୁଅ ନକୁଳ ଓ ଗୋକୁଳକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ସାକ୍ଷୀଗୋପାଳଙ୍କୁ ମାଡ଼ ମରାଯାଉଥିବା ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ

କେନ୍ଦ୍ରର ରିହାତି ସତ୍ତ୍ୱେ ରାଜ୍ୟ ବଢ଼ାଇଛି ବିଦ୍ୟୁତ୍‌ ଶୁଳ୍କ

ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲକୁ ଭେଟି, ମହାନଦୀ ଉପରେ ହେବ ବ୍ରିଜ୍ 

ବଲାଙ୍ଗିରରେ ବଢ଼ୁଛି ସଂକ୍ରମଣ, କଟକଣା ଲାଗୁ କଲା ବଜାର କମିଟି

ରାଜ୍ୟରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଜବତ ହେଲା ୭୦ ଲକ୍ଷର ଗଞ୍ଜେଇ, କୋରାପୁଟରୁ ପଞ୍ଜାବ ଚାଲାଣ ସନ୍ଦେହ

୧୭୦୯ ପୁଲିସ୍‌ଙ୍କୁ ମିଳିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ମୃତ୍ୟୁ ପୂର୍ବରୁ ଦୁଆର ମୁହଁରେ ପକାଇଦେଲା କୋଭିଡ୍‌ ଆମ୍ୱୁଲାନ୍ସ!

୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା ପୁଲିସ  

କଟକରେ ଦୁର୍ଗା ପୂଜା, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ ଦୋକାନ ବଜାର !

ମଧୁମେହ କରୋନା ଆକ୍ରାନ୍ତଙ୍କୁ  ଏମିତି ପରାମର୍ଶ ଦେଲେ ଡାକ୍ତର ଅନୁଜ ବଳିୟାରସିଂହ

ପ୍ରଶାସନ ଶୁଣିଲାନି, ଜଙ୍ଗଲରୁ କାଠ ଆଣି  ପୋଲ ନିର୍ମାଣ କଲେ ଗ୍ରାମବାସୀ

ପୋଲ କରୁ ନାହାନ୍ତି ହେଲେ ତାର ଖୋଲିନେଲେ