ଦାୟିତ୍ୱ ନେଲେ ପୁଲିସ କମିଶନର, କହିଲେ- ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ୧୯୯୫ ବ୍ୟାଚ IPS ସୌମେନ୍ଦ୍ର ପ୍ରିୟଦର୍ଶୀ। ଭୁବନେଶ୍ୱର କମିଶନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ ଅବସରରେ ସେ ଟୁଇନ ସିଟି ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଲୋଡ଼ିଲେ। ସେ କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି। କଟକ-ଭୁବନେଶ୍ୱର ସହରର ଧନ ଜୀବନ ସୁରକ୍ଷା ଆମ ପାଇଁ ବଡ଼ ଦାୟିତ୍ୱ। ଦକ୍ଷ ଅଫିସରଙ୍କ ଉତ୍ତରାଧିକାରୀ ଭାବେ କାର୍ଯ୍ୟ କରିବା ଚ୍ୟାଲେଞ୍ଜିଂ। ପୂର୍ବତନ କମିଶନରଙ୍କ […]

Soumendra-Priyadarshi

Manoranjan Sial
  • Published: Tuesday, 09 March 2021
  • , Updated: 17 March 2021, 11:44 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସ କମିଶନର ଭାବେ ଦାୟିତ୍ୱ ନେଲେ ୧୯୯୫ ବ୍ୟାଚ IPS ସୌମେନ୍ଦ୍ର ପ୍ରିୟଦର୍ଶୀ। ଭୁବନେଶ୍ୱର କମିଶନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ ଅବସରରେ ସେ ଟୁଇନ ସିଟି ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଲୋଡ଼ିଲେ। ସେ କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବି। କଟକ-ଭୁବନେଶ୍ୱର ସହରର ଧନ ଜୀବନ ସୁରକ୍ଷା ଆମ ପାଇଁ ବଡ଼ ଦାୟିତ୍ୱ। ଦକ୍ଷ ଅଫିସରଙ୍କ ଉତ୍ତରାଧିକାରୀ ଭାବେ କାର୍ଯ୍ୟ କରିବା ଚ୍ୟାଲେଞ୍ଜିଂ। ପୂର୍ବତନ କମିଶନରଙ୍କ ଅସମାପ୍ତ କାର୍ଯ୍ୟକୁ ପୂରଣ ପାଇଁ ଧ୍ୟାନ ଦେବି ବୋଲି ପ୍ରିୟଦର୍ଶୀ କହିଛନ୍ତି।

ରାଜ୍ୟ ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଭୁବନେଶ୍ୱର-କଟକ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ । ତାଙ୍କ ସ୍ଥାନରେ୧୯୯୫ ବ୍ୟାଚ IPS ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଥିଲା। ୧୯୯୦ ବ୍ୟାଚ୍ ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ନିଯୁକ୍ତି ଦିଆଯାଇଛି।  ଶ୍ରୀ ଷଡଙ୍ଗୀ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରୁ ଫେରି ପୁଲିସ ହାଉସିଂବୋର୍ଡ ସିଏମଡି ଭାବେ କାର୍ଯ୍ୟ କରୁଥିଲେ।

Related story