ରହସ୍ୟ ଘେରରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ, ମୁହଁ ଖୋଲୁନାହାନ୍ତି ପରିବାର ଲୋକେ

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେମା ତଥା ଟିଭି ସିରିଏଲ୍‌ର ପରିଚିତ ଚେହେରା ନିକିତା ଓରଫ୍ ଲକ୍ଷ୍ମୀପ୍ରିୟା ବେହେରାଙ୍କର ଆଜି ମୃତ୍ୟୁ ହୋଇଛି। ଶୁକ୍ରବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଆଖି ବୁଜିଦେଇଛନ୍ତି। କଟକ ପୁଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମାଜିଷ୍ଟ୍ରେଟ ନିକିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ନିକିତାଙ୍କ ମୁଣ୍ଡ […]

nikita

Jyoshna Pradhan
  • Published: Saturday, 05 January 2019
  • , Updated: 05 January 2019, 07:12 PM IST

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେମା ତଥା ଟିଭି ସିରିଏଲ୍‌ର ପରିଚିତ ଚେହେରା ନିକିତା ଓରଫ୍ ଲକ୍ଷ୍ମୀପ୍ରିୟା ବେହେରାଙ୍କର ଆଜି ମୃତ୍ୟୁ ହୋଇଛି। ଶୁକ୍ରବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ଆଖି ବୁଜିଦେଇଛନ୍ତି।

କଟକ ପୁଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମାଜିଷ୍ଟ୍ରେଟ ନିକିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ନିକିତାଙ୍କ ମୁଣ୍ଡ ଓ ଦେହରେ କ୍ଷତଚିହ୍ନ ଥିବା ମାଜିଷ୍ଟ୍ରେଟ କହିଛନ୍ତି। ବାପଘରେ କାମ କରୁଥିବା ବେଳେ ଛାତରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ତେବେ ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କୀୟ କହିଛନ୍ତି, ପୁଲିସ ତଦନ୍ତ ହେଲେ ତଥ୍ୟ ପଦାକୁ ଆସିବ। ୨୦୧୬ରେ ଲକ୍ଷ୍ମୀପ୍ରିୟା କଟକ ଗୋପାଳପୁରର ଲିପନ ସାହୁଙ୍କୁ ବିବାହ କରିଥିଲେ। ବାହାଘର ପରେ ସେ ଅଧିକାଂଶ ସମୟ କଟକ ମହାନଦୀ ବିହାର ସ୍ଥିତ ବାପଘରେ ରହୁଥିବା କୁହାଯାଉଛି। ତାଙ୍କର ୫ ମାସର ଏକ ଶିଶୁକନ୍ୟା ରହିଛି। ତେବେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକୁ ନେଇ ନା ଶାଶୁଘର ଲୋକ ନା ବାପଘର, କେହି ମୁହଁ ଖୋଲୁନାହାନ୍ତି।

ଅନ୍ୟପଟେ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ଓଲିଉଡ୍‌ର କଳାକାର। ଲକ୍ଷ୍ମୀପ୍ରିୟା ଏସିପି ନିକିତା ଟିଭି ଧାରାବାହିକରେ ଭଲ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ସେ ଆମଘର ଲକ୍ଷ୍ମୀ, ତପସ୍ୟା ଭଳି ଧାରାବାହିକରେ ମଧ୍ୟ କାମ କରିଛନ୍ତି। କେବଳ ସେତିକି ନୁହେଁ ଓଲିଉଡ୍ ଫିଲ୍ମ ‘ତୁ ମୋ ଆଖିର ତାରା’, ‘ମିତ ବସିଛି ମୁଁ ଭୂତ ସାଥିରେ’, ‘ଚୋରି ଚୋରି’, ‘ମଥାରେ ଦେଇ ପାଟ ଓଢ଼ଣୀ’ ଓ ‘ଗୁଣ୍ଡା’ରେ ସେ ଅଭିନୟ କରିଛନ୍ତି।

Related story