ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ନବନିର୍ମାଣ ସଂଗଠନର ସଦସ୍ୟଙ୍କୁ ଅଟକା ଯାଇଥିଲା

ଭୁବନେଶ୍ୱର: ନବନିର୍ମାଣ ସଂଗଠନର ସଦସ୍ୟଙ୍କୁ ଅଟକା ଯିବା ପ୍ରସଙ୍ଗରେ ପୋଲିସ୍‌ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୋଲିସ୍‌ ଡେପୁଟି କମିଶନର ପୂର୍ତ୍ତ ବିଭାଗକୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବିଧାନସଭା ଘେରାଓ ପାଇଁ ଲକ୍ଷେ ଚାଷୀ ଆସିବେ ବୋଲି କୁହାଯାଇଥିଲା। ପୋଲିସ୍‌ କର୍ଡନ ଭାଙ୍ଗି ସେମାନେ ବିଧାନସଭା ଆଡେ ମୁହାଁଇବେ ବୋଲି ମଧ୍ୟ ସୂଚନା ଥିଲା। ବିଧାନସଭା, ରାଜଭବନ, ସଚିବାଳୟ ଓ ନବୀନ ନିବାସକୁ ଏମାନେ ପଶିବେ ବୋଲି ଅନୁମାନ କରାଯାଇଥିଲା। ସଂଗଠନର […]

bb

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 08:07 PM IST

ଭୁବନେଶ୍ୱର: ନବନିର୍ମାଣ ସଂଗଠନର ସଦସ୍ୟଙ୍କୁ ଅଟକା ଯିବା ପ୍ରସଙ୍ଗରେ ପୋଲିସ୍‌ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୋଲିସ୍‌ ଡେପୁଟି କମିଶନର ପୂର୍ତ୍ତ ବିଭାଗକୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ବିଧାନସଭା ଘେରାଓ ପାଇଁ ଲକ୍ଷେ ଚାଷୀ ଆସିବେ ବୋଲି କୁହାଯାଇଥିଲା। ପୋଲିସ୍‌ କର୍ଡନ ଭାଙ୍ଗି ସେମାନେ ବିଧାନସଭା ଆଡେ ମୁହାଁଇବେ ବୋଲି ମଧ୍ୟ ସୂଚନା ଥିଲା। ବିଧାନସଭା, ରାଜଭବନ, ସଚିବାଳୟ ଓ ନବୀନ ନିବାସକୁ ଏମାନେ ପଶିବେ ବୋଲି ଅନୁମାନ କରାଯାଇଥିଲା। ସଂଗଠନର କେତେ ସଦସ୍ୟ ଆସିବେ ତାହା ମଧ୍ୟ ସ୍ପଷ୍ଟ ନ ଥିଲା। ଆଇନଶୃଙ୍ଖଳା ଭାଙ୍ଗ କରି ପ୍ରଶାସନକୁ ଲଜ୍ଜାଜନକ ପରିସ୍ଥିତିରେ ପକାଇବେ ବୋଲି ପୋଲିସ୍‌ ଅନୁମାନ କରିଥିଲା।

ଏପରି ସ୍ଥିତିରେ ଦୃଢ଼ ବ୍ୟାରିକେଡ୍‌ ବନାଇବା ପାଇଁ ପୂର୍ତ୍ତ ବିଭାଗକୁ କମିଶନରେଟ୍‌ ପୋଲିସ ଅନୁରୋଧ କରିଥିଲା। ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ନବନିର୍ମାଣ କୃଷକ ସଂଗଠନକୁ ଏନଏଚ୍‌ ଉପରେ ସମାବେଶ ପାଇଁ ଅନୁମତି ଦିଆଯାଇ ନ ଥିଲା। ମାଷ୍ଟରକ୍ୟାଣ୍ଟିନ ଛକରୁ ଲୋୟର ପିଏମ୍‌ଜିରେ ସମାବେଶ କରିବାକୁ କୁହାଯାଇଥିଲା।”

ସେ ଆହୁରି କହିଛନ୍ତି,“ନବ ନିର୍ମାଣ କୃଷକ ସଂଗଠନ ନିଜ ଜିଦ୍‌ରେ ଅଟଳ ରହିଥିଲା। ସଂଗଠନର ୫୦୦ରୁ ଅଧିକ ସଦସ୍ୟଙ୍କୁ ଅଟକ ରଖାଯାଇଛି। ସଂଗଠନ ପକ୍ଷରୁ ହାଇଟେକ୍‌ ଛକରୁ ଲୋୟର ପିଏମଜି ପର୍ଯ୍ୟନ୍ତ ସମାବେଶ ପାଇଁ ଅନୁମତି ମଗାଯାଇଥିଲେ।”

Related story