ନବକଳେବର ବେଳେ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର
ଭୁବନେଶ୍ୱର: ନବକଳେବର ବେଳେ ପୁରୀ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ବୁଧବାର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଜୁଲାଇ ୧୮,୨୬ ଓ ୨୭ ତାରିଖରେ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ସଭିଲ୍ ଆଭିଏସନ୍ ସିକ୍ୟୁରିଟି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ନବକଳେବର ସମୟରେ ଏହି ତିନି ଦିନ ବଡ଼ ଦାଣ୍ଡ ଉପରେ କୌଣସି ହେଲିକପ୍ଟର ଅବା ବିମାନକୁ ଉଡିବାକୁ ଅନୁମତି ନଦେବାକୁ […]
ଭୁବନେଶ୍ୱର: ନବକଳେବର ବେଳେ ପୁରୀ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ବୁଧବାର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଜୁଲାଇ ୧୮,୨୬ ଓ ୨୭ ତାରିଖରେ ବଡ଼ଦାଣ୍ଡକୁ ନୋଫ୍ଲାଇଂ ଜୋନ୍ ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍ ସଭିଲ୍ ଆଭିଏସନ୍ ସିକ୍ୟୁରିଟି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ନବକଳେବର ସମୟରେ ଏହି ତିନି ଦିନ ବଡ଼ ଦାଣ୍ଡ ଉପରେ କୌଣସି ହେଲିକପ୍ଟର ଅବା ବିମାନକୁ ଉଡିବାକୁ ଅନୁମତି ନଦେବାକୁ ରାଜ୍ୟ ସରକାର ଚିଠିରେ ଉଲ୍ଲେଖ କରିଛନ୍ତି।