ନାବାଳିକା ଏମଏମଏସ ଘଟଣା: ଆଉ ଜଣେ ଗିରଫ

ଭୁବନେଶ୍ୱର: ସାଲେପୁର ନାବାଳିକା ଏମଏମଏସ ଘଟଣାର ପର୍ଦ୍ଧାଫାସ କରିଛି ପୋଲିସ୍। ଗତକାଲି ଏହି ଘଟଣାରେ  ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।ମୁଖ୍ୟ ଅଭିଯୁକ୍ତଙ୍କୁ ପଚାରାଉଚରା କରିବା ପରେ ତାର ଆଉଜଣେ ସହଯୋଗୀ ଜନ୍ମେଞ୍ଜୟ ବାରିକଙ୍କ ଠିକଣା କହିଥିଲା। ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ମିଶାଇ ମୋଟ ୪ଜଣ ସମ୍ପୃକ୍ତି ଥିବାନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଗ୍ରାମଞ୍ଚଳ ଏସପି ଗୁରୁଦାସ କୁଣ୍ଠୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। […]

vlcsnap

Rakesh Mallick
  • Published: Monday, 20 April 2015
  • , Updated: 21 April 2015, 06:21 AM IST

ଭୁବନେଶ୍ୱର: ସାଲେପୁର ନାବାଳିକା ଏମଏମଏସ ଘଟଣାର ପର୍ଦ୍ଧାଫାସ କରିଛି ପୋଲିସ୍। ଗତକାଲି ଏହି ଘଟଣାରେ  ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।ମୁଖ୍ୟ ଅଭିଯୁକ୍ତଙ୍କୁ ପଚାରାଉଚରା କରିବା ପରେ ତାର ଆଉଜଣେ ସହଯୋଗୀ ଜନ୍ମେଞ୍ଜୟ ବାରିକଙ୍କ ଠିକଣା କହିଥିଲା। ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି।

ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ମିଶାଇ ମୋଟ ୪ଜଣ ସମ୍ପୃକ୍ତି ଥିବାନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଗ୍ରାମଞ୍ଚଳ ଏସପି ଗୁରୁଦାସ କୁଣ୍ଠୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଅନ୍ୟଦୁଇ ସହଯୋଗୀ ଅଭିଯୁକ୍ତ ସେହି ଗାଁର ସଂଜୀବ ବାରିକ ଓ ଅମର ପ୍ରଧାନ ଫେରାର ହୋଇଯାଇଛନ୍ତି। ପୋଲିସର ସୂଚନା ଅନୁସାରେ ଗତ ଦେଢ ବର୍ଷ ହେବ ନାବାଳିକା ଓ ମୁଖ୍ୟ ଅଭିଯୁକ୍ତ ଜଣକ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା।

ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ମୋବାଇଲରେ ଅଶ୍ଳୀଳ ଭିଡିଓ ସୁଟିଂ କରିବା ପରେ ସହଯୋଗୀଙ୍କ ସହାୟତାରେ ଇଣ୍ଟରନେଟରେ ଅପଲୋଡ କରିଥିଲେ। ପୋଲିସ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।

Related story