ସଡ଼କ ଦୁର୍ଘଟଣାରେ ନବରଙ୍ଗପୁର ଏଏସ୍‌ପିଙ୍କ ମୃତ୍ୟୁ

ବ୍ରହ୍ମପୁର: ସଡ଼କ ଦୁର୍ଘଟଣାରେ ନବରଙ୍ଗପୁର ଏଏସ୍‌ପି ଅଶୋକ କୁମାର ନାୟକଙ୍କ ମୃତ୍ୟୁ ଘଟିଛି। ବ୍ରହ୍ମପୁର ନିକଟ ଇଚ୍ଛାପୁରରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ସରକାରୀ ବୈଠକରେ ଯୋଗ ଦେବା ପାଇଁ ସେ ନବରଙ୍ଗପୁରରୁ ବ୍ରହ୍ମପୁର ଆସୁଥିବା ବେଳେ ତାଙ୍କ ବୋଲେରୋଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

acp

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 09:55 AM IST

Related story