ରାତି ଅଧରେ ହସ୍ପିଟାଲ ପରିଦର୍ଶନ କଲେ ଏସ୍‌ପି

ନବରଙ୍ଗପୁର(ନବଘନ ବିଷୋୟୀ): ରାତି ଅଧରେ ହସ୍ପିଟାଲ୍ ପରିଦର୍ଶନ କଲେ ନବରଙ୍ଗପୁର ଏସ୍‌ପି ନୀତିନ କୁସଲକର। ଗତକାଲି ବିଳମ୍ବିତ ରାତିରେ ଏସ୍‌ପି ପୁଲିସ ଟିମ୍ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ରୋଗୀମାନେ ଠିକ୍‌ ଭାବେ ସ୍ୱାସ୍ଥ୍ୟସେବା ପାଉଛନ୍ତି କି ନାହିଁ, ଦଲାଲମାନେ ହଇରାଣ କରୁଛନ୍ତି କି, ମାଗଣାରେ ଔଷଧ ମିଳୁଛି କି ନାହିଁ ଏସବୁ ବାବଦରେ ପଚାରି ବୁଝିଥିଲେ। ରାତିରେ ଡାକ୍ତର ଓ ନର୍ସଙ୍କ ସହ କର୍ମଚାରୀମାନେ ସଜାଗ ରହି ରୋଗୀ ସେବା କରୁଥିବା ଦେଖି ଏସ୍‌ପି  […]

yuuu.jpg000

Tapaswini Nayak
  • Published: Monday, 07 October 2019
  • , Updated: 07 October 2019, 02:45 PM IST

ନବରଙ୍ଗପୁର(ନବଘନ ବିଷୋୟୀ): ରାତି ଅଧରେ ହସ୍ପିଟାଲ୍ ପରିଦର୍ଶନ କଲେ ନବରଙ୍ଗପୁର ଏସ୍‌ପି ନୀତିନ କୁସଲକର। ଗତକାଲି ବିଳମ୍ବିତ ରାତିରେ ଏସ୍‌ପି ପୁଲିସ ଟିମ୍ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ରୋଗୀମାନେ ଠିକ୍‌ ଭାବେ ସ୍ୱାସ୍ଥ୍ୟସେବା ପାଉଛନ୍ତି କି ନାହିଁ, ଦଲାଲମାନେ ହଇରାଣ କରୁଛନ୍ତି କି, ମାଗଣାରେ ଔଷଧ ମିଳୁଛି କି ନାହିଁ ଏସବୁ ବାବଦରେ ପଚାରି ବୁଝିଥିଲେ।

ରାତିରେ ଡାକ୍ତର ଓ ନର୍ସଙ୍କ ସହ କର୍ମଚାରୀମାନେ ସଜାଗ ରହି ରୋଗୀ ସେବା କରୁଥିବା ଦେଖି ଏସ୍‌ପି  ଖୁସି  ବ୍ୟକ୍ତ କରିଥିଲେ।

ଏସ୍‌ପିଙ୍କ ଏପରି ଅଚାନକ ପରିଦର୍ଶନକୁ ଡାକ୍ତରଖାନାର କର୍ମଚାରୀ ଓ ରୋଗୀ ପ୍ରଶଂସା କରିଛନ୍ତି।

 

Related story