ଏନ୍‌ଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଓଡ଼ଗାଁ ବନ୍ଦ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁକୁ ଏନ୍‌ଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି। ବନ୍ଦ ଡାକରାକୁ ଓଡ଼ଗାଁ ଓକିଲ ସଂଘ, ଅଟୋ ଚାଳକ ସଂଘ ଓ ବ୍ୟବସାୟୀ ସଂଘ ସମର୍ଥନ କରିଛନ୍ତି। ଓଡ଼ଗାଁକୁ ବିଜ୍ଞାପିତ ପରିଷଦ (ଏନ୍‌ଏସି) ଘୋଷଣା ପାଇଁ ସମସ୍ତ ଯୋଗ୍ୟତା ରହିଛି। ତେଣୁ  ଶୀଘ୍ର ଏହାକୁ ଏନ୍‌ଏସି ମାନ୍ୟତା ଦିଆଯାଉ ବୋଲି  ବିକାଶ […]

banda

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 09:28 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁକୁ ଏନ୍‌ଏସି ମାନ୍ୟତା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି।

ବନ୍ଦ ଡାକରାକୁ ଓଡ଼ଗାଁ ଓକିଲ ସଂଘ, ଅଟୋ ଚାଳକ ସଂଘ ଓ ବ୍ୟବସାୟୀ ସଂଘ ସମର୍ଥନ କରିଛନ୍ତି।

ଓଡ଼ଗାଁକୁ ବିଜ୍ଞାପିତ ପରିଷଦ (ଏନ୍‌ଏସି) ଘୋଷଣା ପାଇଁ ସମସ୍ତ ଯୋଗ୍ୟତା ରହିଛି। ତେଣୁ  ଶୀଘ୍ର ଏହାକୁ ଏନ୍‌ଏସି ମାନ୍ୟତା ଦିଆଯାଉ ବୋଲି  ବିକାଶ ପରିଷଦ ପକ୍ଷରୁ କୁହାଯାଇଛି।

Related story