ନାଗସାପ କାମୁଡାରେ ବାବା ଆହତ

ଭୁବନେଶ୍ୱର: ସାପ ସହ ଖେଳ ବାବାଙ୍କ ପାଇଁ ମହଙ୍ଗା ପଡିଛି।ନାଗ ସାପକୁ ଖେଳଉ ଖେଳଉ ତା ଚୋଟରେ ବାବା ଗୁରୁତର ଆହତ ହୋଇଛନ୍ତି।ଫଳରେ ବାବା ଲୋକମାନଙ୍କୁ ତାଙ୍କ କାରନାମା ଦେଖାଇବେଳେ ଏବେ ମେଡିକାଲ ଶର୍ଯ୍ୟାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାଟି  ଧଉଳି ଅଞ୍ଚଳରେ ସରଗରମ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ଖବର ଅନୁସାରେ ଧଉଳି ପାହାଡରେ ରହୁଥିବା ଜଣେ ବାବା ଗତ କିଛି ଦିନ ହେଲା ସାପମାନଙ୍କୁ ଧରି ଲୋକଙ୍କୁ ତାଙ୍କ ଚମତ୍କାରିତା ପ୍ରଦର୍ଶନ […]

vlcsnap-2015-08-11-08h27m54s244

vlcsnap-2015-08-11-08h27m54s244

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 03:55 AM IST

Sports

Latest News

ଭୁବନେଶ୍ୱର: ସାପ ସହ ଖେଳ ବାବାଙ୍କ ପାଇଁ ମହଙ୍ଗା ପଡିଛି।ନାଗ ସାପକୁ ଖେଳଉ ଖେଳଉ ତା ଚୋଟରେ ବାବା ଗୁରୁତର ଆହତ ହୋଇଛନ୍ତି।ଫଳରେ ବାବା ଲୋକମାନଙ୍କୁ ତାଙ୍କ କାରନାମା ଦେଖାଇବେଳେ ଏବେ ମେଡିକାଲ ଶର୍ଯ୍ୟାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାଟି  ଧଉଳି ଅଞ୍ଚଳରେ ସରଗରମ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ଖବର ଅନୁସାରେ ଧଉଳି ପାହାଡରେ ରହୁଥିବା ଜଣେ ବାବା ଗତ କିଛି ଦିନ ହେଲା ସାପମାନଙ୍କୁ ଧରି ଲୋକଙ୍କୁ ତାଙ୍କ ଚମତ୍କାରିତା ପ୍ରଦର୍ଶନ କରୁଥିଲେ। ସାପ ମାନଙ୍କୁ  ବଡ ଅନାୟସରେ ବେକରେ ଗୁଡାଇ ବୁଲୁଥିବା ବାବାଙ୍କୁ ଦେଖି ଲୋକେ  ବି ସେଠାରେ ତାଙ୍କ ଦର୍ଶନ ପାଇଁ ଭିଡ ଜମାଉଥିଲେ। ଏଥିରୁ ବାବାଙ୍କ ବେଶ କିଛି ରୋଜଗାର ବି ହେଉଥିଲା। କେହି କେହି ଏହାକୁ ବାବାଙ୍କ ବାହାଦୁରୀ ବୋଲି କହୁଥିବାବେଳେ ବହୁତ ଲୋକ ଏହାକୁ ବାବାଙ୍କ ଚମତ୍କାରିତା ବୋଲି ବର୍ଣ୍ଣନା କରୁଥିଲେ। ବାବା ସାପକୁ ଧରି ବାହାଦୁରୀ ଦେଖାଇଲେ ବେଳେ  ଚୋଟ ମାରିଥିଲା ନାଗ ସାପ। ଫଳରେ ବାବା ଘଟଣା ସ୍ଥଳରେ ହିଁ ବେହୋସ୍ ହୋଇ ପଡିଯାଇଥିଲେ। ତେବେ ବାବାକୁ ସ୍ନେକ୍ ହେଲପ ଲାଇନ ସହାୟତାରେ ବାବାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos