ଅଡୁଆରେ ନାଲକୋ

ଅନୁଗୋଳ(ଓଡ଼ିଶା ରିପୋର୍ଟର) ପୁଣି ଥରେ ପାଉଁଶ ପରିଚାଳନା ସମସ୍ୟାକୁ ନେଇ ଅଡୁଆରେ ନାଲକୋ । ନାଲକୋ ପ୍ଲାଣ୍ଟରୁ ବାହାରୁଥିବା ପାଉଁଶ ମିଶା ପାଣି ଅନୁଗୁଳ ନନ୍ଦିରା ଜୋରରେ ମିଶିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା  । ନନ୍ଦିରା ଜଳ ପ୍ରଦୂଷିତ ହେବା ସହ ଏହି ଜୋର ବ୍ରାହ୍ମଣୀରେ ମିଶିଥିବାରୁ ବ୍ରାହ୍ମଣୀ ଜଳ ମଧ୍ୟ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି  । ନାଲକୋ କର୍ତ୍ତୃପକ୍ଷ କହିଛନ୍ତି ପାଇପ୍ ଲାଇନରୁ ଆସ୍ ଲିକ୍ ହେବା କ୍ଷଣି […]

nal-1

Tapas Behera
  • Published: Sunday, 15 November 2020
  • , Updated: 15 November 2020, 08:58 PM IST

ଅନୁଗୋଳ(ଓଡ଼ିଶା ରିପୋର୍ଟର) ପୁଣି ଥରେ ପାଉଁଶ ପରିଚାଳନା ସମସ୍ୟାକୁ ନେଇ ଅଡୁଆରେ ନାଲକୋ । ନାଲକୋ ପ୍ଲାଣ୍ଟରୁ ବାହାରୁଥିବା ପାଉଁଶ ମିଶା ପାଣି ଅନୁଗୁଳ ନନ୍ଦିରା ଜୋରରେ ମିଶିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା  । ନନ୍ଦିରା ଜଳ ପ୍ରଦୂଷିତ ହେବା ସହ ଏହି ଜୋର ବ୍ରାହ୍ମଣୀରେ ମିଶିଥିବାରୁ ବ୍ରାହ୍ମଣୀ ଜଳ ମଧ୍ୟ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି  ।

ନାଲକୋ କର୍ତ୍ତୃପକ୍ଷ କହିଛନ୍ତି ପାଇପ୍ ଲାଇନରୁ ଆସ୍ ଲିକ୍ ହେବା କ୍ଷଣି ଏହାକୁ ବନ୍ଦ କରିଦିଆଯାଇଥିଲା । ଯେଉଁ ଲିକ୍ ହୋଇଛି ଏହା କଂପାନି ପରିସର ମଧ୍ୟରେ ହୋଇଛି । ତେବେ ଏହାକୁ ସଫା କରିବା ବ୍ୟବସ୍ଥା କରାଯାଇଛି । କଂପାନି କର୍ତ୍ତୃପକ୍ଷଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ସ୍ଥାନୀୟ ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ପ୍ରେସ୍ ରିଲିଜ୍ ଜାରି କରି କଂପାନି ଦର୍ଶାଇଛି । ତେବେ ଏହି ଘଟଣାରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ଅନୁପ କୁମାର ମଲ୍ଲିକ କହିଛନ୍ତି, ଏନେଇ ଏକ ଟିମ ପଠାଇ ଘଟଣାର ତଦନ୍ତ କରିବେ।

Related story