ନାଲ୍‌କୋରେ କୋଇଲା ସଙ୍କଟ, ୪ଟି ୟୁନିଟ୍‌ ବନ୍ଦ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଗର୍ବ ଓ ଗୌରବ ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋରେ ଉତ୍କଟ କୋଇଲା ସଙ୍କଟ। ଏହାର ପ୍ରଭାବରେ ସ୍ମେଲ୍‌ଟର ପ୍ଲାଣ୍ଟର ଉତ୍ପାଦନରେ ବାଧା ଦେଖାଦେଇଛି। ୧୨୦୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ କରୁଥିବା CPPର ୧୦ ଟି ୟୁନିଟ ମଧ୍ୟରୁ ୩ଟି ୟୁନିଟ ବନ୍ଦ ରହିଛି। କୋଇଲା ସଙ୍କଟ ଯୋଗୁଁ ଆଉ ଗୋଟିଏ ୟୁନିଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନୁଗୋଳ ସ୍ଥିତ ନାଲକୋ CPP ପାଇଁ ଦୈନିକ ୧୭ ହଜାର ଟନ କୋଇଲା […]

nalco-will-stoped-four-unit-in-angul

Manoranjan Sial
  • Published: Friday, 18 October 2019
  • , Updated: 18 October 2019, 06:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଗର୍ବ ଓ ଗୌରବ ନବରତ୍ନ ମାନ୍ୟତା ପ୍ରାପ୍ତ ନାଲକୋରେ ଉତ୍କଟ କୋଇଲା ସଙ୍କଟ। ଏହାର ପ୍ରଭାବରେ ସ୍ମେଲ୍‌ଟର ପ୍ଲାଣ୍ଟର ଉତ୍ପାଦନରେ ବାଧା ଦେଖାଦେଇଛି। ୧୨୦୦ ମେଗାଓ୍ୱାଟ ବିଦ୍ୟୁତ ଉତ୍ପାଦନ କରୁଥିବା CPPର ୧୦ ଟି ୟୁନିଟ ମଧ୍ୟରୁ ୩ଟି ୟୁନିଟ ବନ୍ଦ ରହିଛି। କୋଇଲା ସଙ୍କଟ ଯୋଗୁଁ ଆଉ ଗୋଟିଏ ୟୁନିଟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଅନୁଗୋଳ ସ୍ଥିତ ନାଲକୋ CPP ପାଇଁ ଦୈନିକ ୧୭ ହଜାର ଟନ କୋଇଲା ଆବଶ୍ୟକ ହୋଇଥାଏ। ଏଥିପାଇଁ ମହାନଦୀ କୋଲ ଫିଲଡ୍ସ ଲିମିଟେଡ଼(ଏମ୍‌ସିଏଲ୍‌) କୋଇଲା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ିଥିଏ। ଏଠାରୁ ନାଲକୋ ଗତ ୭ ସପ୍ତାହ ଧରି ଆବଶ୍ୟକତାଠାରୁ କମ୍‌ କୋଇଲା ପାଉଛି। ଦୈନିକ ୮୦୦୦ ରୁ ୯୦୦୦ ଟନ୍‌ କୋଇଲା ପାଉଥିବା ବେଳେ ବିଜୁଳି ଉତ୍ପାଦନ ହ୍ରାସ୍‌ ପାଉଛି।

ସେପଟେ ବାର୍ଷିକ ପ୍ରାୟ ୪ ଲକ୍ଷ ୬୦ ହଜାର ମେଟ୍ରିକ ଟନ୍‌ ଆଲୁମିନିୟମ ଉତ୍ପାଦନର କ୍ଷମତା ରଖୁଥିବା ସ୍ମେଲ୍‌ଟର ପ୍ଲାଣ୍ଟ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ଉତ୍ପାଦନ କରୁଥିବା ଦେଖିବାକୁ ମିଳିଛି। କୋଇଲା ଯୋଗାଣ ପରିସ୍ଥିତିରେ କୌଣସି ସୁଧାର ନ ଘଟିଲେ ପର୍ଯ୍ୟାୟ କ୍ରମେ ସ୍ମେଲ୍‌ଟର ପ୍ଲାଣ୍ଟର ୨୨୭ଟି ପଟକୁ ବନ୍ଦ କରିବାକୁ ପଡ଼ିପାରେ।

ସେପଟେ ଆବଶ୍ୟକୀୟ କୋଇଲା ଗଚ୍ଛିତ ନଥିବା ବେଳେ ମାଇନ୍ସ ଚଳାଇ ନ ପାରିବା ତଥା ସମସ୍ୟାର ସମାଧାନ ନିମନ୍ତେ ଆନ୍ତରିକତା ନ ଦେଖାଇବାକୁ ନେଇ ନାଲକୋ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ କରିଛନ୍ତି କର୍ମଚାରୀ ଓ ଶ୍ରମିକ ସଂଘ।

ଅନ୍ୟପଟେ କୋଇଲା ଯୋଗାଣ ପରିମାଣକୁ ବୃଦ୍ଧି କରିବା ନିମନ୍ତେ ଉଦ୍ୟମ ଜାରିଥିବା ସୂଚନା ଦେଇଛନ୍ତି ପ୍ଲାଣ୍ଟ କର୍ତ୍ତୃପକ୍ଷ।

Related story