ନନ୍ଦନକାନନକୁ ଆସିଲେ ୨୨ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନକୁ ୨୨ ନୂଆ ଅତିଥି ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ବାଘ, ଯୋଡିଏ ଧଳା ବଣକୁକୁଡ଼ା, ୫ଟି ଲାଲ୍ ବଣକୁକୁଡ଼ା, ୭ଟି ମାଉସ ଡିୟର, ୫ଟି ମଗର କୁମ୍ଭୀର ଏବଂ ୨ ଯୋଡ଼ା ଚିତ୍ରିତ ଷ୍ଟର୍କ।

ଏମାନଙ୍କ ବଦଳରେ ନନ୍ଦନକାନନରୁ ଗୋଟିଏ ମାଈ ବାଘ, ଗୋଟିଏ ମାଈ ମାଉସ ଡିୟର ଓ ୫ଟି ପାଣି ଗୋଧି ଅନ୍ୟ ଚଡିଆଖାନାକୁ ଯାଇଛନ୍ତି।

କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ଅନୁମତିରେ ଏହି ଆଦାନ ପ୍ରଦାନ କରାଯାଇଛି।