ନନ୍ଦନକାନନ ଅଭିମୁଖେ ବାହାରିଲା ଅଣ୍ଡିରା ଜିରାଫ୍ ‘ଜୟ’

ଭୁବନେଶ୍ୱର:  ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କଲିକତାର ଅଲିପୁର ଚିଡ଼ିଆଖାନାରୁ ଆସୁଛି  ନୂଆ ଜିରାଫ୍ ଅତିଥି ‘ଜୟ’।  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିଷ୍ଟାଣ୍ଡ ଡିରେକ୍ଟରଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ସ୍ୱତନ୍ତ୍ର କେଜ୍ ଜରିଆରେ ‘ଜୟ’କୁ ଆଣୁଛନ୍ତି। ଏହି ସ୍ୱତନ୍ତ୍ର ଟିମ୍‌ରେ ଉଭୟ ପ୍ରାଣୀ ଉଦ୍ୟାନର ଡାକ୍ତରୀ ଦଳ ମଧ୍ୟ ରହିଛନ୍ତି। ‘ଜୟ’ ଅଲିପୁର ଚିଡ଼ିଆଖାନାରେ ଜନ୍ମ ହୋଇଛି। ଏବେ ତାର ବୟସ ୫ ବର୍ଷ। ପୂର୍ବରୁ ପାଟନା ଚିଡ଼ିଆଖାନାରୁ ମାଇ ଜିରାଫ୍ ‘ଖୁସି’କୁ ଅଣାଯାଇ ନନ୍ଦନକାନନ ପ୍ରାଣୀ […]

jiraf

Rakesh Mallick
  • Published: Tuesday, 23 February 2016
  • , Updated: 23 February 2016, 05:19 PM IST

ଭୁବନେଶ୍ୱର:  ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କଲିକତାର ଅଲିପୁର ଚିଡ଼ିଆଖାନାରୁ ଆସୁଛି  ନୂଆ ଜିରାଫ୍ ଅତିଥି ‘ଜୟ’।  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିଷ୍ଟାଣ୍ଡ ଡିରେକ୍ଟରଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ସ୍ୱତନ୍ତ୍ର କେଜ୍ ଜରିଆରେ ‘ଜୟ’କୁ ଆଣୁଛନ୍ତି। ଏହି ସ୍ୱତନ୍ତ୍ର ଟିମ୍‌ରେ ଉଭୟ ପ୍ରାଣୀ ଉଦ୍ୟାନର ଡାକ୍ତରୀ ଦଳ ମଧ୍ୟ ରହିଛନ୍ତି।

‘ଜୟ’ ଅଲିପୁର ଚିଡ଼ିଆଖାନାରେ ଜନ୍ମ ହୋଇଛି। ଏବେ ତାର ବୟସ ୫ ବର୍ଷ। ପୂର୍ବରୁ ପାଟନା ଚିଡ଼ିଆଖାନାରୁ ମାଇ ଜିରାଫ୍ ‘ଖୁସି’କୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ଏବେ ଅଣ୍ଡିରା ଜିରାଫ୍ ‘ଜୟ’ ଆସିବା ପରେ ନନ୍ଦନକାନନରେ ଜିରାଫ୍ ବଂଶ ବୃଦ୍ଧି କରାଯିବାକୁ ଯୋଜନା ରହିଥିବା ଅନୁମାନ କରାଯାଉଛି। ଜୟକୁ ଆଣିବା ବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଗୋଟିଏ ଧଳାବାଘ ସମେତ ୪ଟି ବାଘ ଅଲିପୁର ଚିଡ଼ିଆଖାନାକୁ ହସ୍ତାନ୍ତର କରାଯାଇଛି।

Related story