ନନ୍ଦନକାନନରେ ନୂଆ ଅତିଥି: ରାଧା ଔରସରୁ ଜନ୍ମ ନେଲେ ଦୁଇ ସିଂହ ଛୁଆ

ଭୁବନେଶ୍ୱର: ନନ୍ଦନକାନନକୁ ଆସିଛନ୍ତି ଦୁଇ ନୂଆ ଅତିଥି । ଗୁରୁବାର ସିଂହି ରାଧା ଜନ୍ମ ଦେଇଛି ଦୁଇଟି ଛୁଆ । ୧୧ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଇଛନ୍ତି ଏହି ସିଂହ ଛୁଆ। କିଛିବର୍ଷ ପୂର୍ବେ କର୍ଣ୍ଣାଟକର ଏକ ପ୍ରାଣୀ ଉଦ୍ୟାନରୁ ରାଧା ନନ୍ଦନକାନନକୁ ଆସିଥିଲା। ଏବେ ରାଧା ଓ ତାର ଦୁଇ ଛୁଆଙ୍କ ଉପରେ ସିସିଟିଭି ଜରିଆରେ ମନିଟରିଂ କରାଯାଉଛି । ବର୍ତ୍ତମାନ ଖୁଆଡ ଭିତରକୁ କାହାରିକୁ ଛଡାଯାଉନାହିଁ। ସିସିଟିଭି ରୁମରେ ଏକ ଡାକ୍ତରୀ […]

nandankanan

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 02:54 AM IST

ଭୁବନେଶ୍ୱର: ନନ୍ଦନକାନନକୁ ଆସିଛନ୍ତି ଦୁଇ ନୂଆ ଅତିଥି । ଗୁରୁବାର ସିଂହି ରାଧା ଜନ୍ମ ଦେଇଛି ଦୁଇଟି ଛୁଆ । ୧୧ବର୍ଷ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଇଛନ୍ତି ଏହି ସିଂହ ଛୁଆ। କିଛିବର୍ଷ ପୂର୍ବେ କର୍ଣ୍ଣାଟକର ଏକ ପ୍ରାଣୀ ଉଦ୍ୟାନରୁ ରାଧା ନନ୍ଦନକାନନକୁ ଆସିଥିଲା। ଏବେ ରାଧା ଓ ତାର ଦୁଇ ଛୁଆଙ୍କ ଉପରେ ସିସିଟିଭି ଜରିଆରେ ମନିଟରିଂ କରାଯାଉଛି । ବର୍ତ୍ତମାନ ଖୁଆଡ ଭିତରକୁ କାହାରିକୁ ଛଡାଯାଉନାହିଁ। ସିସିଟିଭି ରୁମରେ ଏକ ଡାକ୍ତରୀ ଟିମ୍ ଓ ନନ୍ଦନକାନନ କର୍ତ୍ତୃପକ୍ଷ ରହି ମାଆ ଛୁଅଙ୍କ ଉପରେ ନଜର ରଖିଛନ୍ତି । ଆସନ୍ତା ଏକମାସ ପର୍ଯ୍ୟନ୍ତ ଏଭଳି ଭାବେ ୨୪ ଘଣ୍ଟିଆ କଡା ନଜରରେ ଛୁଆ ଦୁହିଁକୁ ରଖାଯିବ। ପୂର୍ବରୁ ୨୦୦୪ରେ ପ୍ରଥମ ଥର ପାଇଁ ନନ୍ଦନକାନନରେ ସିଂହ ଛୁଆ ଜନ୍ମ ନେଇଥିଲେ । ପୂର୍ବରୁ ନନ୍ଦନକାନନରେ ୫ଟି ସିଂହ ଓ ୫ଟି ସିଂହି ଥିବାବେଳେ ଏହି ଦୁଇ ଛୁଆଙ୍କୁ ମିଶାଇ ଏବେ ସଂଖ୍ୟା ୧୨ରେ ପହଞ୍ଚିଛି।

Related story