ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଛୁଆ ବାଘ ଲବ କୁଶ ଅସୁସ୍ଥ। କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା। ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କ ପରାମର୍ଶ ଲୋଡାଯାଇଛି ।
ଏଥିସହ ଓୟୁଏଟିର ସେଣ୍ଟର ଫର ଓ୍ୱାଇଲ୍ଡ ଲାଇଫ୍ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସାରେ ସାମିଲ କରାଯାଇଛି। ବର୍ତ୍ତମାନ ଦୁଇ ବାଘଛୁଆ ଲବ-କୁଶ ଠିକଠାକ୍ ଖାଦ୍ୟ ଖାଉଥିବା ବେଳେ ଖୁବ୍ ଶୀଘ୍ର ଠିକ୍ ହୋଇଯିବେ ବୋଲି ଆଶା କରାଯାଉଛି।
ବର୍ଷକ ତଳେ ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଥିଲା। ପରେ ଏ ଦୁଇ ବାଘ ଛୁଆର ନାଁ ଲବ -କୁଶ ରଖାଯାଇଥିଲା। ଏଥିସହ ଏହି ଦୁଇ ବାଘ ଛୁଆ ଜନ୍ମ ହେବା ପରେ ନନ୍ଦନକାନନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Accident
ଟୋଲଗେଟ୍କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ
ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।
Miscellaneous
ଆଇଏଏସ ବଦଳି: ଚିତ୍ରାଙ୍କୁ ଶ୍ରମ ଓ ଇଏସଆଇ, ସୁଧାଂଶୁ ଓଡ଼ଶା ଖଣି ନିଗମ ଏମଡି
ଆଇଏଏସ୍ ସ୍ତରରେ ଅଦଳବଦଳ। ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କଲେ ରାଜ୍ୟ ସରକାର।
Politics
ଶୁକ୍ରବାର 'ଲଲ'ଙ୍କ ବିରୋଧରେ FIR ଦେଇଥିଲେ; ଆଜି ଖାଲି ଥରୁଛନ୍ତି
ଶୁକ୍ରବାର ବବିଙ୍କ ଭାଇ ଲଲଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିବା ପରିବା ବ୍ୟବସାୟୀଙ୍କ ୟୁ-ଟର୍ଣ୍ଣ। ବବିଙ୍କୁ ଭେଟିବା ପରେ ବଦଳାଇଲେ ମତ। କହିଲେ କାଲି ସବୁ ମିଛ କହିଥିଲି।