ନନ୍ଦପୁର ତହସିଲଦାରଙ୍କୁ ଛୁରାମାଡ଼

କୋରାପୁଟ୍‌: କୋରାପୁଟ ଜିଲ୍ଲା ନନ୍ଦପୁର ତହସିଲଦାର ସୁବ୍ରତ ପାଣିଗ୍ରାହୀଙ୍କୁ ପାଡୁଆ ଥାନାର ଗ୍ରାମରକ୍ଷୀ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ପେଟ ଓ ଛାତିରେ ଗଭୀର ଆଘାତ ଲାଗିଛି। ଅଭିଯୁକ୍ତ ଗ୍ରାମରକ୍ଷୀ ଡମୁ ଖେମୁଣ୍ଡୁଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଜମିବାଡ଼ି ସଂପର୍କିତ ଏକ ବିବାଦକୁ ନେଇ ଡମୁ ଖେମୁଣ୍ଡୁ ଏଭଳି କାଣ୍ଡ କରିଛି। ତହସିଲଦାର ଆଜି ଅଫିସ୍ ସାରି ଫେରୁଥିବା ବେଳେ ଗ୍ରାମରକ୍ଷୀ ଖେମୁଣ୍ଡୁ ତାଙ୍କୁ ଛୁରାମାଡ଼ କରିଥିଲେ। ଛୁରାମାଡ଼ରେ ଆହତ ତହସିଲଦାରଙ୍କୁ […]

nandapur thasildar attack

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 11:16 PM IST

କୋରାପୁଟ୍‌: କୋରାପୁଟ ଜିଲ୍ଲା ନନ୍ଦପୁର ତହସିଲଦାର ସୁବ୍ରତ ପାଣିଗ୍ରାହୀଙ୍କୁ ପାଡୁଆ ଥାନାର ଗ୍ରାମରକ୍ଷୀ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ପେଟ ଓ ଛାତିରେ ଗଭୀର ଆଘାତ ଲାଗିଛି। ଅଭିଯୁକ୍ତ ଗ୍ରାମରକ୍ଷୀ ଡମୁ ଖେମୁଣ୍ଡୁଙ୍କୁ ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଜମିବାଡ଼ି ସଂପର୍କିତ ଏକ ବିବାଦକୁ ନେଇ ଡମୁ ଖେମୁଣ୍ଡୁ ଏଭଳି କାଣ୍ଡ କରିଛି।

ତହସିଲଦାର ଆଜି ଅଫିସ୍ ସାରି ଫେରୁଥିବା ବେଳେ ଗ୍ରାମରକ୍ଷୀ ଖେମୁଣ୍ଡୁ ତାଙ୍କୁ ଛୁରାମାଡ଼ କରିଥିଲେ। ଛୁରାମାଡ଼ରେ ଆହତ ତହସିଲଦାରଙ୍କୁ ପ୍ରଥମେ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସେଭେନ୍ ହିଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

Related story