ବିଜେପୁର ମିଶ୍ରଣ ପର୍ବରେ ଆକର୍ଷଣ ସାଜିବେ ନାରାୟଣ

<p>ବରଗଡ଼: ଆଜି ବରଗଡ଼ ଜିଲ୍ଲା ବିଜେପୁରରେ ବିଜେଡିର କର୍ମୀ ସମ୍ମିଳନୀ ସାଙ୍ଗକୁ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ମିଶ୍ରଣ ପର୍ବ ଅବସରରେ ଯୋଗଦେବେ ବରଗଡ଼ର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ନାରାୟଣ ସାହୁଙ୍କ ସମେତ ଆଉ କିଛି କର୍ମୀ। ବିଜେପୁର ଉପନିର୍ବାଚନ ପୂର୍ବରୁ ନିକଟରେ ପଦ୍ମ ହାତ ଛାଡ଼ି ଶଙ୍ଖ ଧରିଛନ୍ତି ନାରାୟଣ ସାହୁ। ଏହି ସମ୍ମିଳନୀରେ ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ପ୍ରଭାସ ସିଂ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ଦଳର ବହୁ ନେତା ଯୋଗଦେବେ।&nbsp; ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ବରଗଡ଼ ଜିଲ୍ଳା ବିଜେପୁର ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର ପଦ ଛାଡିବାକୁ ନେଇ ରାଜନୈତିକ ଉଷ୍ମତା ବଢିଛି।</p>

Ordigital Desk
  • Published: Sunday, 03 December 2017
  • Updated: 03 December 2017, 07:56 AM IST

Sports

Latest News

<p>ବରଗଡ଼: ଆଜି ବରଗଡ଼ ଜିଲ୍ଲା ବିଜେପୁରରେ ବିଜେଡିର କର୍ମୀ ସମ୍ମିଳନୀ ସାଙ୍ଗକୁ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ମିଶ୍ରଣ ପର୍ବ ଅବସରରେ ଯୋଗଦେବେ ବରଗଡ଼ର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ନାରାୟଣ ସାହୁଙ୍କ ସମେତ ଆଉ କିଛି କର୍ମୀ। ବିଜେପୁର ଉପନିର୍ବାଚନ ପୂର୍ବରୁ ନିକଟରେ ପଦ୍ମ ହାତ ଛାଡ଼ି ଶଙ୍ଖ ଧରିଛନ୍ତି ନାରାୟଣ ସାହୁ। ଏହି ସମ୍ମିଳନୀରେ ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ପ୍ରଭାସ ସିଂ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସହ ଦଳର ବହୁ ନେତା ଯୋଗଦେବେ।&nbsp; ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ବରଗଡ଼ ଜିଲ୍ଳା ବିଜେପୁର ବ୍ଲକ ବିଜେଡି ସଭାପତି ରାଧେଶ୍ୟାମ ମହାପାତ୍ର ପଦ ଛାଡିବାକୁ ନେଇ ରାଜନୈତିକ ଉଷ୍ମତା ବଢିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos