ନାରାୟଣାପାଟଣା: ବାଲିପେଟା ପଞ୍ଚାୟତ କାର୍ଯ୍ୟାଳୟ ପରିସର ମାଓ ପୋଷ୍ଟର

ନାରାୟଣାପାଟଣା: ନାରାୟଣାପାଟଣା ଥାନା ବାଲିପେଟା ପଞ୍ଚାୟତ ଅଫିସ୍ ପରିସରରେ ମାଓ ପୋଷ୍ଟର ଜବତ କରାଯାଇଛି । ସିପିଆଇ ମାଓବାଦୀ କୋରାପୁଟ ଶ୍ରୀକାକୁଲମ ଡିଭିଜନ କମିଟି ନାଁ ଲେଖା ଥିବା ଏହି ପୋଷ୍ଟରରେ ସ୍ଥାନୀୟ ଅଞ୍ଚଳରେ ରାସ୍ତା କାମ ଓ ପୋଲିସ କ୍ୟାମ୍ପ ବନ୍ଦ କରିବାକୁ ଦାବି କରାଯାଇଛି। ଗତ ମାସ ୩୦ ତାରିଖରେ ରାସ୍ତା ନିର୍ମାଣ କାମ ବନ୍ଦ କରିବା ସହ ଅଞ୍ଚଳରେ ଜମି କିଣା ବିକା ବନ୍ଦ କରିବା ପାଇଁ ଚେତାବନୀ ଦେଇ କୋରାପୁଟ ଶ୍ରୀକାକୁଲମ […]

n.patana

n.patana

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 01:52 PM IST

ନାରାୟଣାପାଟଣା: ନାରାୟଣାପାଟଣା ଥାନା ବାଲିପେଟା ପଞ୍ଚାୟତ ଅଫିସ୍ ପରିସରରେ ମାଓ ପୋଷ୍ଟର ଜବତ କରାଯାଇଛି । ସିପିଆଇ ମାଓବାଦୀ କୋରାପୁଟ ଶ୍ରୀକାକୁଲମ ଡିଭିଜନ କମିଟି ନାଁ ଲେଖା ଥିବା ଏହି ପୋଷ୍ଟରରେ ସ୍ଥାନୀୟ ଅଞ୍ଚଳରେ ରାସ୍ତା କାମ ଓ ପୋଲିସ କ୍ୟାମ୍ପ ବନ୍ଦ କରିବାକୁ ଦାବି କରାଯାଇଛି। ଗତ ମାସ ୩୦ ତାରିଖରେ ରାସ୍ତା ନିର୍ମାଣ କାମ ବନ୍ଦ କରିବା ସହ ଅଞ୍ଚଳରେ ଜମି କିଣା ବିକା ବନ୍ଦ କରିବା ପାଇଁ ଚେତାବନୀ ଦେଇ କୋରାପୁଟ ଶ୍ରୀକାକୁଲମ ଡ଼ିଭିଜନ କମିଟି ସମ୍ପାଦକ ଦୟା ଗଣମାଧ୍ୟମକୁ ଚିଠି ଦେଇଥିଲେ। ଆଉ ଏହାର ଏକ ମାସ ପରେ ପୁଣି ମାଓ ପୋଷ୍ଟରକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos