ଆମ ରକ୍ତ ନେଲେ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ବଦଳିବ କି?

Ordigital Desk
  • Published: Monday, 19 March 2018
  • , Updated: 19 March 2018, 05:43 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ କାହାର ରକ୍ତ ନେବାକୁ ଚାହୁଁ ନାହୁଁ। ଯଦି ନବୀନ ବାବୁ ଆମ ରକ୍ତ ନେଲା ପରେ ଚାଷୀଙ୍କ ପ୍ରତି ତାଙ୍କ ହୃଦୟରେ ପରିବର୍ତ୍ତନ ଆସିବ, ତାହାହେଲେ ଆମେ ଦେବା ପାଇଁ ରାଜି ଅଛୁ। ସେଥିପାଇଁ ଆସନ୍ତା ୨୧ ତାରିଖରେ କର ବା ମର ଡାକରା ଦେଇ ଆନ୍ଦୋଳନକୁ ଆଗକୁ ନେବୁ। ଆସନ୍ତା ୨୧ ତାରିଖରେ ବିଧାନସଭା ଘେରାଉ କରିବୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ମନ୍ତ୍ରୀଙ୍କ ସାମ୍ନାକୁ ଯିବୁ ବୋଲି କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।</p> <p>ସେ କହିଛନ୍ତି-&ldquo;ପ୍ରାଇସ୍&zwnj;, ପ୍ରେଷ୍ଟିଜ୍&zwnj; ଓ ପେନ୍&zwnj;ସନ ଦାବିରେ ଗତ ୧୨ ତାରିଖଠାରୁ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ପିଏମ୍&zwnj;ଜିରେ ସତ୍ୟାଗ୍ରହ କରୁଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ୱା ତାଙ୍କ ମନ୍ତ୍ରୀମାନେ କେବେହେଲେ ଧାରଣାସ୍ଥଳକୁ ଆସିନାହାନ୍ତି। ଏପରିକି ଦାବି ପ୍ରତି ତିଳେମାତ୍ର ଧ୍ୟାନ ଦେଉନାହାନ୍ତି। ଏହି ୮ ଦିନ ଭିତରେ ୩୫ରୁ ଅଧିକ ଚାଷୀ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।&rdquo;</p> <p>&lt;a href=&quot;&quot;&gt;(image) &lt;/a&gt;ଅକ୍ଷୟ ଆହୁରି କହିଛନ୍ତି-&ldquo;କେନ୍ଦ୍ର ସରକାରଙ୍କ ସହିତ ପ୍ରାଇସ୍&zwnj; ପାଇଁ ଲଢ଼େଇ ଚାଲିଛି। ଧାନର ସର୍ବନିମ୍ନନ ସହାୟକ ମୂଲ୍ୟ (ଏମ୍&zwnj;ଏସ୍&zwnj;ପି) ୨୯୩୦ ଟଙ୍କା କରିବା କରି କେନ୍ଦ୍ରକୁ ପଠାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଧାୟକମାନଙ୍କୁ ଧନ୍ୟବାଦ ଦେବୁ। ପେନ୍&zwnj;ସନ ବାବଦକୁ ୨୦ ବର୍ଷ ବୟସର ୩୬ ଲକ୍ଷ ଚାଷୀଙ୍କୁ ମାସିକ ୫୦୦୦ ଟଙ୍କା ଦେବାକୁ ଆମେ ଦାବି କରୁଛୁ।&rdquo;</p> <p>https://youtu.be/kAnfJRS2tWs</p>

Related story