ଧରା ପଡ଼ିଲା ନବୀନଙ୍କ ମିଛ : ୪୦ ଲକ୍ଷ ନୁହେଁ ୩୨ ଲକ୍ଷ 'ଚାଷୀ'ଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧରା ପଡ଼ିଲା କାଳିଆକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଛ। ୪୦ ଲକ୍ଷ ନୁହେଁ ୩୨ ଲକ୍ଷ ତଥାକଥିତ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା। ନିର୍ବାଚନ ପ୍ରଚାର ବେଳେ ବାରମ୍ବାର ୪୦ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେଇ ସାରିଥିବା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ମିଛକୁ ଧରା ପକାଇଦେଇଛି କୃଷି ବିଭାଗର ଚିଠା। ଗତ ଦୁଇ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କାଳିଆ ଯୋଜନାର ରାଜ୍ୟସ୍ତରୀୟ କମିଟି ବୈଠକ […]

Naveen-govt-presenting-false-and-exaggerated-number-of-kalia-beneficiaries

Naveen-govt-presenting-false-and-exaggerated-number-of-kalia-beneficiaries

Manoranjan Sial
  • Published: Wednesday, 10 April 2019
  • Updated: 10 April 2019, 09:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧରା ପଡ଼ିଲା କାଳିଆକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଛ। ୪୦ ଲକ୍ଷ ନୁହେଁ ୩୨ ଲକ୍ଷ ତଥାକଥିତ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା। ନିର୍ବାଚନ ପ୍ରଚାର ବେଳେ ବାରମ୍ବାର ୪୦ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେଇ ସାରିଥିବା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ମିଛକୁ ଧରା ପକାଇଦେଇଛି କୃଷି ବିଭାଗର ଚିଠା।

ଗତ ଦୁଇ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କାଳିଆ ଯୋଜନାର ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା। ବୈଠକ ବିବରଣୀ କହୁଛି, ଚିହ୍ନଟ ହୋଇଥିବା ୩୦ ଲକ୍ଷ ୭୭ ହଜାର ୯୦୮ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭିତରୁ ୨୭ ଲକ୍ଷ ୯୫ ହଜାର ୬୪୫ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଲେଖାଁଏ ଟଙ୍କା ଯାଇଛି। ୨ ଲକ୍ଷ ୮୨ ହଜାର ୨୬୩ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନି।

ସେହିପିର ଭୂମିହୀନ ବର୍ଗରେ ଚିହ୍ନଟ ହୋଇଥିବା ୬ ଲକ୍ଷ ୨୪ ହଜାର ଚାଷୀଙ୍କ ଭିତରୁ ୪ ଲକ୍ଷ ୭୪ ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଲକ୍ଷେ ୪୯ ହଜାର ଚାଷୀଙ୍କ ପାଖକୁ ଟଙ୍କା ଯାଇନି। କ୍ଷୁଦ୍ର ନାମମାତ୍ର ଭୂମିହୀନ ଓ ଭାଗଚାଷୀ, ସବୁ ବର୍ଗକୁ ମିଶାଇଲେ ୩୨ ଲକ୍ଷ ୭୦ ହଜାର ୫୩୬ ଜଣଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯାଇଛି। ଭୁଲ୍‌ ଆକାଉଣ୍ଟ ନମ୍ବର ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁ ୪ ଲକ୍ଷ ୩୧ ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନି। ଆଉ ସେପଟେ କାଳିଆ ଟଙ୍କାକୁ ଅପେକ୍ଷା କରିଥିବା ଚାଷୀ ପ୍ରଚାର ପାଇଁ ଯାଉଥିବା ନେତାଙ୍କୁ ଜବାବ ମାଗୁଛନ୍ତି।

ଜୟପୁରର ଚାଷୀ ଦେବରାଜ ନାୟକ କହିଛନ୍ତି, “କାଳିଆ ତାଲିକାରେ ମୋ ନାଁ ଥିଲା। ପରେ ଟଙ୍କା ଆସିବ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ଆସିନି।”
ଉଦଳାର ଚାଷୀ ଭାସ୍କର ଲେଙ୍କା କହିଛନ୍ତି-“କାଳିଆ ତାଲିକାରେ ନାଁ ରହିଛି। ହେଲେ ଆଜିପର୍ଯ୍ୟନ୍ତ ଟଙ୍କା ମିଳିନି।”

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ବୈଠକର ବିବରଣୀ ଅନୁସାରେ ୨୦୧୮-୧୯ ବର୍ଷ ପାଇଁ ୫ ଲକ୍ଷ ୬୪ ହଜାର ଓ ୨୦୧୯-୨୦ ବର୍ଷ ପାଇଁ ୨ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସମେତ ୫ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ ଟଙ୍କା ରିଲିଜ କରିବାକୁ ସରକାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କିଛି ଦିନ ତଳେ ଏନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ, ନିୟମ ଅନୁସାରେ ସ୍କ୍ରିନିଂ କମିଟି ମାଧ୍ୟମରେ ଏହି ତାଲିକା ଆସିନଥିବାରୁ କିଛି ତଥ୍ୟ ସଂପର୍କରେ ଅଧିକ ସ୍ପଷ୍ଟୀକରଣ ପାଇଁ ଚିଠି ଫେରାଇ ଦିଆଯାଇଥିଲା।

ଏସବୁ ଭିତରେ ବିଜେପି ଚାପରେ କାଳିଆ ଟଙ୍କା ବନ୍ଦ କରାଯାଉଛି ବୋଲି ବିଜେଡି ବାରମ୍ବାର ଅଭିଯୋଗ କରିବା ପରେ ଗତକାଲି ଖୋଦ ମୁଖ୍ୟମନ୍ତ୍ରୀ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପାଖରେ ଫେରାଦ ହୋଇଥିଲେ। ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଓ ବଜେଟ ବ୍ୟବସ୍ଥାକୁ ନେଇ ବିଜେପି ମଧ୍ୟ ସିଇଓଙ୍କ ପାଖରେ ଆପତ୍ତି କରିଛି। ତେବେ ହତାଶ ହିତାଧିକାରୀଙ୍କ କ୍ଷୋଭ ସରକାରୀ ଦଳ ପାଇଁ ବୁମେରାଂ ହେବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos