ରାଜ୍ୟସଭା ରେସ୍‌ରେ ଅଛନ୍ତି ଏମାନେ; ନବୀନଙ୍କ ଇସାରାକୁ ଅପେକ୍ଷା

Ordigital Desk
  • Published: Monday, 05 March 2018
  • , Updated: 05 March 2018, 08:52 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଟିକେଟ୍&zwnj;ରେ କିଏ ଯିବେ ରାଜ୍ୟସଭା? ନିର୍ବାଚନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ପ୍ରାର୍ଥୀତ୍ୱ ନେଇ ଏପର୍ଯ୍ୟନ୍ତ କାର୍ଡ ଖୋଲିନାହାଁନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ନିର୍ବାଚନ ଆଗକୁ ଥିବାରୁ ରାଜ୍ୟନୈତିକ ଫାଇଦା ହିଁ ପ୍ରାର୍ଥୀ ଚୟନର ମୁଖ୍ୟ ମାପକାଠି ହେବ।</p> <p>ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ଉପସଭାପତି ବିମ୍ବାଧର କୁଅଁର, ପୂର୍ବତନ ମନ୍ତ୍ରୀ ଶାରଦା ନାୟକ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଅରବିନ୍ଦ ଢାଲି, ମୁଖପାତ୍ର ପ୍ରଶାନ୍ତ ନନ୍ଦ, ରବି ନନ୍ଦଙ୍କ ନାଁ ରେସ୍&zwnj;ରେ ଆଗରେ ଅଛନ୍ତି।&nbsp; ପୂର୍ବତନ ସରକାରୀ ମୁଖ୍ୟ ସଚେତକ ରବି ନାରାୟଣ ପାଣି, ବିଜେଡ଼ିର ସଂଖ୍ୟାଲଘୁ ସେଲର ସଭାପତି ମୁନା ଖାଁ ବି ଚର୍ଚ୍ଚାରେ&nbsp; ଅଛନ୍ତି। ଆମଓଡିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ବିଜେଡିକୁ ଆସି ରାଜ୍ୟସଭାଯିବା ନେଇ ଚର୍ଚ୍ଚା ଚାଲିଛି।</p> <p>ଚର୍ଚ୍ଚାରେ ନଥିବା ଦଳର ସେକେଣ୍ଡ ଲାଇନର ଲିଡର ମାନଙ୍କ ମଧ୍ୟରୁ ବି କାହାକୁ ସୁଯୋଗ ଦେଇପାରନ୍ତି ନବୀନ। ପୂର୍ବରୁ ଏମିତି ନିଷ୍ପତ୍ତି ନେଇ ଚକମା ଦେଇଥିବା ନବୀନ ଶେଷ ମୁହୂର୍ତ୍ତରେ କୌଣସି ପ୍ରତିଷ୍ଠିତ ଲୋକଙ୍କୁ ବିଜେଡିକୁ ଆଣି ରାଜ୍ୟସଭା ପଠାଇପାରନ୍ତି।&nbsp; ସେହି ଦୃଷ୍ଟିରୁ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଓ କେରଳରେ ପ୍ରିନିସପାଲ ଏଜି ଥିବା ଅମର ପଟ୍ଟନାୟକଙ୍କ ଭଳି କିଛି ନାଁ ବି ଚର୍ଚ୍ଚା ହେଉଛି।</p> <p>ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୨ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ ହୋଇ ୧୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ। ଆବଶ୍ୟକ ହେଲେ ୨୩ ତାରିଖରେ ଭୋଟଗ୍ରହଣ କରାଯିବ।</p>

Related story