ହେଲୋ, ମୁଁ ମୁଖ୍ୟମନ୍ତ୍ରୀ କହୁଛି...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ କରି ଲୋକଙ୍କ ସମସ୍ୟା ବୁଝିବା ସହ ପ୍ରଶାସନର କାର୍ଯ୍ୟକାରିତା ନେଇ ବି ନେବେ ଫିଡ୍‌ବ୍ୟାକ। ଏଥିପାଇଁ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକ ନୂଆ କାର୍ଯ୍ୟକ୍ରମ। 5Tକୁ ଭିତ୍ତିକରି ‘ମୋ ସରକାର’ ଅକ୍ଟୋବର୨ ଗାନ୍ଧି ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ୧୯ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଲୋକଙ୍କ ସହ […]

cm-naveen

cm-naveen

Tapas Behera
  • Published: Thursday, 15 August 2019
  • Updated: 15 August 2019, 08:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫୋନ୍ କରି ଲୋକଙ୍କ ସମସ୍ୟା ବୁଝିବା ସହ ପ୍ରଶାସନର କାର୍ଯ୍ୟକାରିତା ନେଇ ବି ନେବେ ଫିଡ୍‌ବ୍ୟାକ। ଏଥିପାଇଁ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସରକାର ଘୋଷଣା କରିଛନ୍ତି ଏକ ନୂଆ କାର୍ଯ୍ୟକ୍ରମ। 5Tକୁ ଭିତ୍ତିକରି 'ମୋ ସରକାର' ଅକ୍ଟୋବର୨ ଗାନ୍ଧି ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ୧୯ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଲୋକଙ୍କ ସହ ଯୋଡ଼ିହେବାକୁ ଏବେ କାହିଁକି ଏ ଫଣ୍ଡା ଅପଣାଉଛନ୍ତି ନବୀନ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ସବୁ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ କାର୍ଯ୍ୟକାରୀ ହେବ 'ମୋ ସରକାର'। ମୁଖ୍ୟମନ୍ତ୍ରୀ ସିଧା ଲୋକଙ୍କ ସହ ଫୋନ୍‌ରେ କଥା ହେବେ। ବିଭିନ୍ନ ସରକାରୀ ସେବା ସଂପର୍କରେ, ଲୋକେ ସାମ୍ନା କରୁଥିବା ସମସ୍ୟା ସଂପର୍କରେ ପଚାରି ବୁଝିବେ।

କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ମନ୍ତ୍ରିମଣ୍ଡଳର ସଦସ୍ୟ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ମଧ୍ୟ ସରକାରୀ ଅଫିସ୍‌ରେ ମିଳୁଥିବା ସେବା ସଂପର୍କରେ ଫୋନରେ ପଚାରି ବୁଝିବେ। ଏଥିସହ ବିଜୁଳି ସଂଯୋଗ ପାଇନଥିବା ବ୍ୟକ୍ତି ପଞ୍ଚାୟତରେ ଆବେଦନ କଲେ ୪୮ ଘଣ୍ଟା ମଧ୍ୟରେ ବିଜୁଳି ସଂଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଲୋକଙ୍କୁ ଉତ୍ତମ ଶାସନ ଦେବା ଉଦ୍ଦେଶ୍ୟରେ ସରକାରଙ୍କ ଏ କାର୍ଯ୍ୟକ୍ରମ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos