ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଜେଡିକୁ ଅପୂର୍ବ ସଫଳତା ମିଳିଛି। ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟ ପାଇଁ ଦଳର ନେତା ଓ କର୍ମୀମାନଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ସେହିପରି ବିପୁଳ ବିଜୟ ପାଇଁ ମହିଳାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ନବୀନ।
ଜାତୀୟ ରାଜନୀତିରେ ବିଜେଡିର ଭୂମିକାକୁ ନେଇ ପ୍ରଶ୍ନରେ ନବୀନ କହିଛନ୍ତି-“କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସଂପର୍କ ରଖି କାମ କରିବୁ। କେନ୍ଦ୍ରରେ ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ରେ କୃତଜ୍ଞତା ଜଣାଇଛି। ଆସନ୍ତା ୫ ବର୍ଷରେ କଲ୍ୟାଣମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବୁ।”
ମୋଦି ହାୱା ନେଇ ନବୀନ କହିଛନ୍ତି-“ସାରା ଦେଶରେ ମୋଦି ହାଓ୍ଵା ରହିଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ଲୋକସଭା ଓ ବିଧାନସଭାରେ ଅଲଗା ରେଜଲ୍ଟ ଆସୁଛି।”
ସୂଚନାରୁ ପ୍ରକାଶ, ବିଜେଡି ୧୧୨ଟି ବିଧାନସଭା ଆସନରେ ବିଜୟ ଲାଭ ହୋଇଛି। ମୋଦି ହାୱା ସତ୍ତ୍ୱେ ବିଜେଡି ଲୋକସଭା ପ୍ରାର୍ଥୀମାନେ ବିଜେପିକୁ କଡା ଟକ୍କର ଦେଉଛନ୍ତି।
Express gratitude to the people of #Odisha for showering their blessings on @bjd_odisha from time to time. Thank all the leaders & party workers who worked hard. Special thanks to all the women voters who turned in large numbers to ensure our spectacular win.#ଧନ୍ୟବାଦଓଡ଼ିଶା pic.twitter.com/8qTCtCDiXX
— Naveen Patnaik (@Naveen_Odisha) May 23, 2019