ଅନ୍ଧ ଧ୍ରୁତରାଷ୍ଟ୍ର ସାଜି ପ୍ରତିହିଂସାର ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନ ତା’ ବାଟରେ ଯିବ ବୋଲି ଦୀର୍ଘ ୧୯ ବର୍ଷ ଧରି ଦ୍ୱାହି ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୋମୁହାଁ ଚରିତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଅନ୍ଧ ଧ୍ରୁତରାଷ୍ଟ୍ର ସାଜି ସେ ପ୍ରତିହିଂସାର ରାଜନୀତି କରୁଛନ୍ତି ଓ ପୁଲିସକୁ ରାଜନୀତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି […]

bjp-1

bjp-1

Tapas Behera
  • Published: Thursday, 31 January 2019
  • Updated: 31 January 2019, 06:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇନ ତା’ ବାଟରେ ଯିବ ବୋଲି ଦୀର୍ଘ ୧୯ ବର୍ଷ ଧରି ଦ୍ୱାହି ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୋମୁହାଁ ଚରିତ୍ର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଅନ୍ଧ ଧ୍ରୁତରାଷ୍ଟ୍ର ସାଜି ସେ ପ୍ରତିହିଂସାର ରାଜନୀତି କରୁଛନ୍ତି ଓ ପୁଲିସକୁ ରାଜନୀତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗଞ୍ଜାମ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଅନ୍ତରୀଣ ଚାର୍ଜସିଟ୍ ପୁଲିସ୍ ଦାଖଲ କରିସାରିଛିା ଏଥିରେ କୌଣସି ବିଜେପି ନେତାଙ୍କ ନାଁ ନାହିଁ। ମାତ୍ର ରାଜନୀତିକ ଶତ୍ରୁତାକୁ ଆଇନର ଦ୍ୱାହି ଦେଇ ମୁଖ୍ୟମନ୍ତ୍ରୀ ଆଇନକୁ ନିଜ ଇଚ୍ଛା ଅନୁସାରେ ଚଳାଇବାର ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି।

ସେହିପରି ପୁରୀରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଗଣତାନ୍ତ୍ରିକ ପ୍ରତିବାଦରେ ସାମିଲ ଥିବା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନାଁରେ ମଧ୍ୟ ଆଇପିସିର ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯିବା ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ହତାଶାର ସ୍ପଷ୍ଟ ପ୍ରମାଣ ଦେଉଛି। ଓଡ଼ିଶାକୁ ଆସିଥିବା ୱାଇ ଓ ଜେଡ୍ ସୁରକ୍ଷାପ୍ରାପ୍ତ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ନିରଞ୍ଜନା ଜ୍ୟୋତି ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଉପରେ ମରଣାନ୍ତକ ଆକ୍ରମଣ ମାମଲାରେ ଗଣମାଧ୍ୟମ ସାମ୍ନାରେ ବିଜେଡିର ସ୍ଥାନୀୟ ବିଧାୟକ, ନେତା ଓ କର୍ମୀ କରିଥିବା ମରଣାନ୍ତକ ଆକ୍ରମଣର ଅପରାଧୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ଯୋଗାଇ ଦିଆଯାଉଛି।

ଗୋଟିଏପଟେ ପ୍ରତିକ୍ରିୟାଶୀଳ ହୋଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ପୁଲିସ ବଳର ଅପବ୍ୟବହାର କରୁଥିବାବେଳେ ସାରା ରାଜ୍ୟରେ ଆଇନକୁ ହାତକୁ ନେଉଥିବା ଓ ସଙ୍ଗୀନ ଅପରାଧରେ ସଂଶ୍ଳିଷ୍ଟ ଥିବା ଦଳୀୟ ନେତା ଓ କର୍ମୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅପଚେଷ୍ଟା କରୁଛନ୍ତି।

ଭୁବନେଶ୍ୱର ମେୟର ଅନନ୍ତ ଜେନାଙ୍କର 'ସେକ୍ସ ସିଡି' ସତ ନା ମିଛ, ତାହା ଆଜି ସୁଦ୍ଧା ସ୍ପଷ୍ଟ ହେଲାନାହିଁ। ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା କାରଣରୁ ତଦନ୍ତ ବାଟବଣା ହୋଇଛି।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଦେବାପାଇଁ ଯାଜପୁର ଜିଲ୍ଲାର ପ୍ରଭାବଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଘନିଷ୍ଠ ସହଯୋଗୀମାନେ ଅସହାୟ ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ କଡ଼ା କାର୍ଯ୍ୟନୁଷ୍ଠାନ କାହିଁକି ହେଲାନାହିଁ, ଏହାର ଉତ୍ତର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ। ଉପକୂଳ ଜିଲ୍ଲାମାନଙ୍କରେ ଟିଟୋର ଶହଶହ କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ଥିବା ବିଜେଡିର ମାଳମାଳ ବିଧାୟକ ଓ ମନ୍ତ୍ରୀ ଏବଂ ନେତାମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରଚ୍ଛନ୍ନ ସହଯୋଗ ରହିଛିା ଟିଟୋର ଭାଇ ସହ ମୁଖ୍ୟମନ୍ତ୍ରୀଙ୍କ ପୁଷ୍ପଗୁଚ୍ଛ ଅଭିନନ୍ଦନର ଫଟୋ ଟିଟୋକୁ ସୁରକ୍ଷା ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ମହଲର ପ୍ରଚ୍ଛନ୍ନ ସହଯୋଗର ଏହା ପ୍ରମାଣ ନା ନାହିଁ ଖୋଦ ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ କରିବା ଆବଶ୍ୟକ ଅଛି ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ସମ୍ପୂର୍ଣ୍ଣ ଉପକୂଳ ଜିଲ୍ଲାରେ ଟିଟୋର ବାଲି ଓ ପଥର ମାଫିଆ କାମ ସହ ବିଜେଡି ନେତାମାନଙ୍କ ସମ୍ପୃକ୍ତିର ପ୍ରମାଣ ଜଳଜଳ ଦେଖାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅନ୍ଧ ଧ୍ରୁତରାଷ୍ଟ୍ର ଭଳି ଚୁପ୍ କାହିଁକି ବସିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଠକ ଡାକ୍ତର ମୌତିଲାଲ୍ ଗୌଡ଼ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ ମନ୍ତ୍ରୀ ଓ ଟାଣୁଆ ବିଧାୟକମାନଙ୍କର ସମ୍ପର୍କ ଓଡ଼ିଶାର ରାଜକୋଷକୁ ଲୁଟ୍ କଲା। ଏହା ପରେ ବି ଦୋଷୀ ନେତା, ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଦଣ୍ଡ ଦେବା ବଦଳରେ ଘଣ୍ଟ ଘୋଡ଼ାଉଛନ୍ତି, ତା’ର ଜବାବ ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ବିଜେପି ଦାବି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story