ଦାମଙ୍କୁ ବହିଷ୍କାର କରାଯିବାର କାରଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଗତକାଲି ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଡ. ଦାମୋଦର ରାଉତଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ବୋଲି ଗତକାଲି ଦଳର ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଥିଲେ। ତେବେ ଏଥିରେ କୌଣସି କାରଣ ଦର୍ଶାଯାଇ ନଥିଲା। ଏହାପରେ ରାଜ୍ୟରାଜନୀତି ସରଗରମ ହୋଇଥିଲା। ତେବେ ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି […]

naveen

Jitendra Garnayak
  • Published: Thursday, 13 September 2018
  • , Updated: 13 September 2018, 09:27 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଗତକାଲି ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି।

ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଡ. ଦାମୋଦର ରାଉତଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି ବୋଲି ଗତକାଲି ଦଳର ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଥିଲେ।

ତେବେ ଏଥିରେ କୌଣସି କାରଣ ଦର୍ଶାଯାଇ ନଥିଲା।

ଏହାପରେ ରାଜ୍ୟରାଜନୀତି ସରଗରମ ହୋଇଥିଲା। ତେବେ ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କହି ନଥିଲେ।

ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି,“ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଦାମ ବାବୁଙ୍କୁ ବହିଷ୍କାର କରାଯାଇଛି।”

ସେ କହିଛନ୍ତି,“ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି। ତାଙ୍କ ଅଭିଯୋଗ ସବୁ ବେଳେ ନିଷ୍ଫଳ ଓ ହାସ୍ୟାସ୍ପଦ।”

ଦାମ ବାବୁ ନୂଆ ଦଳ ଗଢ଼ିଲେ କୌଣସି ପ୍ରଭାବ ପଡ଼ିବନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

 

Related story