କୁନ୍ଦୁଲି ପୀଡ଼ିତା ଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ଏସ୍.ଆଇ.ଟି.

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତା ଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ପୁଣିଏକ ଏଜେନ୍ସୀ ଦ୍ୱାରା କରାଯିବ। ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ ବା ଏସ୍.ଆଇ.ଟି. ଏହି ମାମଲାର ତଦନ୍ତ କରିବ। ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କୋର୍ଟଙ୍କ ତତ୍ତ୍ୱାବଧାନରେ ହିଁ ଏସଆଇଟି ଉଭୟ ଘଟଣାର ତଦନ୍ତ କରିବ। ପୂର୍ବରୁ ଘଟଣାର କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି।  ଏହି ଘଟଣାରେ ଏନଏଚ୍‌ଆରସି ତଦନ୍ତ କରୁଥିବା […]

cm

Rakesh Mallick
  • Published: Wednesday, 07 February 2018
  • , Updated: 07 February 2018, 04:33 PM IST

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତା ଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ପୁଣିଏକ ଏଜେନ୍ସୀ ଦ୍ୱାରା କରାଯିବ। ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍ ବା ଏସ୍.ଆଇ.ଟି. ଏହି ମାମଲାର ତଦନ୍ତ କରିବ। ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କୋର୍ଟଙ୍କ ତତ୍ତ୍ୱାବଧାନରେ ହିଁ ଏସଆଇଟି ଉଭୟ ଘଟଣାର ତଦନ୍ତ କରିବ।

ପୂର୍ବରୁ ଘଟଣାର କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି।  ଏହି ଘଟଣାରେ ଏନଏଚ୍‌ଆରସି ତଦନ୍ତ କରୁଥିବା ବେଳେ ଜନଜାତି (ଏସ୍‌.ସି.) କମିଶନ ମଧ୍ୟ ତଦନ୍ତ କରିବାକୁ ଆସନ୍ତା ୧୧ ତାରିଖରେ କୁନ୍ଦୁଲି ଆସିବେ।

ଗତ ଅକ୍ଟୋବର ମାସରେ ଗଣଦୁଷ୍କର୍ମର ଶିକାର ହେବା ନେଇ ଅଭିଯୋଗ ‌ଆଣିଥିଲେ କୁନ୍ଦୁଲି ପୀଡ଼ିତା। ସ୍କୁଲରୁ ଫେରୁଥିବା ବେଳେ କୋବ୍ରା ଯବାନଙ୍କ ଡ୍ରେସ୍‌ ପିନ୍ଧିଥିବା ୪ ଜଣ ଯୁବକ ତାଙ୍କୁ ଟେକି ନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଦୀର୍ଘ ୧୦୦ ଦିନ ଜୀବନ ସହିତ ସଂଘର୍ଷ କରି ସମସ୍ତଙ୍କଠାରୁ ନିରାଶ ହେବା ପରେ ଶେଷରେ ଗତ ମାସ ୨୨ ତାରିଖରେ ସେ ଆତ୍ମହତ୍ୟା କରିଥିଲେ।

 

Related story