କାହାର ପ୍ରଦର୍ଶନ କେମିତି: ରିପୋର୍ଟ କାର୍ଡ ନେବେ ନବୀନ

Ordigital Desk
  • Published: Tuesday, 08 May 2018
  • , Updated: 08 May 2018, 07:37 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜେଡି। ତେବେ ଏହାପୂର୍ବରୁ ଆଜିଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବମାନଙ୍କ ଉପସ୍ଥିତିରେ ଆଜିଠାରୁ ସେ ସମସ୍ତ ବିଭାଗର ସମୀକ୍ଷା କରିବେ। ଯେଉଁଥିରେ ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମଧ୍ୟ ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରି ରିପୋର୍ଟ କାର୍ଡ ନେବେ।</p> <p>ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ବସିବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ସବୁ ବିଭାଗର ସଫଳତା ଜନସାଧାରଣଙ୍କ ଆଗରେ ରଖାଯିବ।</p>

Related story