ମୋଦିଙ୍କ ଷ୍ଟାଇଲରେ ନବୀନଙ୍କ ଟ୍ୟୁସନ୍, ପାଠ ପଢ଼ିଲେ ନୂଆ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦିଙ୍କ ଷ୍ଟାଇଲରେ ନବୀନଙ୍କ ଟ୍ୟୁସନ୍। ଲଗାତାର ପଞ୍ଚମ ଥର ଲାଗି କ୍ଷମତାକୁ ଫେରିବା ପରେ ବିଜେଡି ଭିତରେ ଅହଂକାର ନବଢୁ, ନେତା ଲୋକଙ୍କଠୁ ଦୂରେଇ ନଯାଆନ୍ତୁ  ସେଥିପାଇଁ ସରଳତା ଓ ବିନମ୍ରତାର ପାଠ ପଢ଼ାଇଛନ୍ତି ନବୀନ । ଆଜି ନବୀନ ନିବାସରେ ନୂଆ ବିଧାୟକଙ୍କୁ ସୁପ୍ରିମୋ ନବୀନ ଦୁର୍ନୀତିଠାରୁ ଦୂରେଇ ରହିବା, ଦଳୀୟ ରଜାନୀତିରୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ ସେବା କରିବା ସହ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜଭୁତ୍ କରିବାକୁ ଦେଇଛନ୍ତି ଗୁରୁମନ୍ତ୍ର। […]

479

Tapas Behera
  • Published: Wednesday, 03 July 2019
  • , Updated: 03 July 2019, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦିଙ୍କ ଷ୍ଟାଇଲରେ ନବୀନଙ୍କ ଟ୍ୟୁସନ୍। ଲଗାତାର ପଞ୍ଚମ ଥର ଲାଗି କ୍ଷମତାକୁ ଫେରିବା ପରେ ବିଜେଡି ଭିତରେ ଅହଂକାର ନବଢୁ, ନେତା ଲୋକଙ୍କଠୁ ଦୂରେଇ ନଯାଆନ୍ତୁ  ସେଥିପାଇଁ ସରଳତା ଓ ବିନମ୍ରତାର ପାଠ ପଢ଼ାଇଛନ୍ତି ନବୀନ । ଆଜି ନବୀନ ନିବାସରେ ନୂଆ ବିଧାୟକଙ୍କୁ ସୁପ୍ରିମୋ ନବୀନ ଦୁର୍ନୀତିଠାରୁ ଦୂରେଇ ରହିବା, ଦଳୀୟ ରଜାନୀତିରୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ ସେବା କରିବା ସହ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜଭୁତ୍ କରିବାକୁ ଦେଇଛନ୍ତି ଗୁରୁମନ୍ତ୍ର। ଏମିତିକି ଦାମୀ ଗାଡ଼ି, ସୁନା ଚେନ୍ ଆଦି ବ୍ୟବହାର ନକରିବାକୁ ନୂଆ ବିଧାୟକମାନଙ୍କୁ ଟିପ୍ସ ଦେଇଥିଲେ ଅଭିଜ୍ଞମାନେ।

ଲଗାତାର ପଂଚମଥର କ୍ଷମତାକୁ ପ୍ରତ୍ୟାବର୍ତ୍ତନ ।୧୧୧ ନମ୍ବର ସହ ବିଜେଡିର ବୃହତ୍ ବିଜୟ। କିନ୍ତୁ ଜଣେ ବିଧାୟକ ସରୋଜ ମେହରଙ୍କ ଆଚରଣ, ଦଳରେ ଲଗାଇଲା ଦାଗ ବଦନାମ୍ ହେଲା । ବିଜେଡି ଆଗକୁ ଯେମିତି ଏଭଳି ନହେବ ସେନେଇ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକଙ୍କୁ କରିଛନ୍ତି ଟ୍ୟୁସନ୍। ଦୁଇଟି ପର୍ଯ୍ୟାୟରେ ଚାଲିଥିଲା ଏ ପାଠଶାଳା । ପ୍ରଥମେ ନବନିର୍ବାଚିତ ବିଧାୟକ ଓ ପରେ ଅଭିଜ୍ଞମାନଙ୍କ କ୍ଳାସ୍ ନେଇଥିଲେ ନବୀନ। ଦେଇଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ସୋବାଜି ନକରି ସରଳ ଜୀବନ ଯାପନ କରିବା,  ବିନମ୍ର ଆଚରଣ, ଦୁର୍ନୀତିଠାରୁ  ଦୂରେଇ ରହିବା, ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ ସେବାକରିବା, ଦଳର ସଙ୍ଗଠନକୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ମଜଭୁତ୍ କରିବାକୁ ନବୀନ ଦେଇଛନ୍ତି  ଗୁରୁମନ୍ତ୍ର।

କେବଳ ଏତିକି ନୁହେଁ, ଦାମି ଗାଡି ନଚଢ଼ିବା, ସୁନା ଚେନ୍ ନପିନ୍ଧି ସରଳ ଜୀବନ ଯାପନ କରିବାକୁ ଅଭିଜ୍ଞ ବିଧାୟକମାନେ ନୂଆ ବିଧାୟକମାନଙ୍କୁ ଦେଇଥିଲେ ଟିପ୍ସ।   କିନ୍ତୁ  ଆଜି ହିଁ ଅଧିଂକାଶ ବିଧାୟକ ଦାମୀ ଗାଡିରେ ନବୀନ ନିବାସକୁ ଆସିବାର ଦେଖିବାକୁ ମିଳିଥିଲା । ସେପଟେ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଚାଁଇବାକୁ ବି ମନ୍ତ୍ର ଦିଆଯାଇଥିଲା । ତେବେ ପ୍ରଶ୍ନ କାହିଁକି ବିଜେଡିର ଏଭଳି ଆଭିମୁଖ୍ୟ? ଏହା ଦ୍ୱାରା ଦଳ କି ବାର୍ତ୍ତା ଦେବାକୁ ଚାହୁଁଛି? ମୋଦିଙ୍କୁ ଅନୁସରଣ କରୁଛନ୍ତି  କି ନବୀନ? ବିଜେଡି ପଂଚମ ଥର କ୍ଷମତାକୁ ଫେରିବା ପରେ ଦଳ ଭିତରେ କିଛି ଅସନ୍ତୋଷ ରହିଛି ।  ତେଣୁ ତାଳି ପକାଇବାକୁ ଏଭଳି ବୈଠକର ଆବଶ୍ୟକତା ପଡ଼ିଲା କି?

ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ନବୀନଙ୍କ ଭିତରେ ଦୂରତା କମିବାରେ ଲାଗିଛି। ତାସହିତ ମୋଦିଙ୍କ ପାଠଶାଳା ଭଳି ନବୀନ ବି ସମାନ ଷ୍ଟାଇଲରେ ବିଧାୟକଙ୍କୁ ସୁଧାରିବାକୁ ପ୍ରୟାସ କରୁଛନ୍ତି।

Related story