ବାତ୍ୟା ନା ବିଜୟ- କାହାକୁ ନବୀନଙ୍କର ବେଶୀ ଡର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ସେ ନିର୍ବାଚନ କମିଶନଙ୍କୁ ଭେଟିବେ ଓ ଯଦି ବାତ୍ୟା ‘ଫୋନି’ ଓଡ଼ିଶାରେ ମାଡ଼ କରେ, ତା’ହେଲେ ପାଟକୁରାରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିବେ। ଅନ୍ୟପକ୍ଷରେ ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ନବୀନଙ୍କୁ ବାତ୍ୟା ନୁହେଁ ବିଜୟ ଡର ମାଡ଼ି ବସିଛି। ବାତ୍ୟା ଅପେକ୍ଷା ବିଜୟ ମହାପାତ୍ରଙ୍କୁ ତାଙ୍କର ବେଶୀ ଡର।” […]

cm1

Jitendra Garnayak
  • Published: Tuesday, 30 April 2019
  • , Updated: 30 April 2019, 04:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ସେ ନିର୍ବାଚନ କମିଶନଙ୍କୁ ଭେଟିବେ ଓ ଯଦି ବାତ୍ୟା ‘ଫୋନି’ ଓଡ଼ିଶାରେ ମାଡ଼ କରେ, ତା’ହେଲେ ପାଟକୁରାରେ ହେବାକୁ ଥିବା ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିବେ।

ଅନ୍ୟପକ୍ଷରେ ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ନବୀନଙ୍କୁ ବାତ୍ୟା ନୁହେଁ ବିଜୟ ଡର ମାଡ଼ି ବସିଛି। ବାତ୍ୟା ଅପେକ୍ଷା ବିଜୟ ମହାପାତ୍ରଙ୍କୁ ତାଙ୍କର ବେଶୀ ଡର।”

ବିଜୟ ଆହୁରି କହିଛନ୍ତି,“ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନେକ ବାତ୍ୟାର ମୁକାବିଲା କରିଛନ୍ତି। ଏବେ ଏତେ ଡର କାହିଁକି? ଏହା ତାଙ୍କର ରୁଗ୍‌ଣ ମାନସିକତା ଓ ହୀନ ବୁଦ୍ଧି।ସେ ନିଜ ବାପାଙ୍କ ଭଳି ବ୍ରଡ୍ ମାଇଣ୍ଡେଡ୍ ହୁଅନ୍ତୁ।”

ମେ’ ୧୯ ତାରିଖରେ ପାଟକୁରା ନିର୍ବାଚନ ହେବାକୁ ଥିବା ବେଳେ ମେ’ ୩ ତାରିଖରେ ‘ଫୋନି’ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ପୁରୀ ପାଖାପାଖି କେଉଁଠି ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରୁଛି।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ପାଟକୁରା ବିଧାନସଭା ଆସନ ପାଇଁ ଏପ୍ରିଲ ୨୯ ତାରିଖରେ ନିର୍ବାଚନ ହେବାର ଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ପରଲୋକ ହୋଇଯିବାରୁ ଏଠାରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

ପାଟକୁରା ଆସନ ପାଇଁ ବିଜେଡି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି।

Related story