ମୋଦି ଇଫେକ୍ଟ : ଆସନ୍ତାକାଲି ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିହାର ବିଧାନସଭା ଓ ଅନ୍ୟାନ୍ୟ ରାଜ୍ୟର ଉପନିର୍ବାଚନରେ ବିଜେପିକୁ ମିଳିଥିବା ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ବିଜୟର ରହସ୍ୟ ଉଜାଗର କରିବା ପରେ ବିଜେଡି ତାଙ୍କୁ ଅନୁକରଣ କରିଛି। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ  ଆସନରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିବାରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟାରେ ଦଳୀୟ କର୍ମକର୍ତ୍ତାଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ […]

naveen

Tapas Behera
  • Published: Wednesday, 11 November 2020
  • , Updated: 11 November 2020, 10:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିହାର ବିଧାନସଭା ଓ ଅନ୍ୟାନ୍ୟ ରାଜ୍ୟର ଉପନିର୍ବାଚନରେ ବିଜେପିକୁ ମିଳିଥିବା ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ବିଜୟର ରହସ୍ୟ ଉଜାଗର କରିବା ପରେ ବିଜେଡି ତାଙ୍କୁ ଅନୁକରଣ କରିଛି। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ  ଆସନରେ ବିଜେଡି ପ୍ରାର୍ଥୀ ବିଜୟ ହୋଇଥିବାରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟାରେ ଦଳୀୟ କର୍ମକର୍ତ୍ତାଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ହୋଇଛି।
ବିଜେଡି ସୂତ୍ରରୁ ମିଳିଥିବା

ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ପାଇଁ ଦଳୀୟ କର୍ମକର୍ତ୍ତା ଓ ନିର୍ବାଚନ ପରିଚାଳନାରେ ସାମିଲ ଥିବା ନେତାମାନଙ୍କୁ ଡିଜିଟାଲ ମାଧ୍ୟମରେ ସମ୍ବୋଧନ କରିବେ। ସେହିପରି ୬ଟା ୨୦ମିନିଟରେ ବାଲେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ଅନୁରୂପ ଭାବେ ଦଳୀୟ କର୍ମକର୍ତ୍ତା ଓ ସେଠାରେ ନିର୍ବାଚନ ପରିଚାଳନାରେ ଦାୟିତ୍ୱରେ ଥିବା ନେତାମାନଙ୍କୁ ସମ୍ବୋଧିତ କରି କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେବେ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟାରେ ବିଜେପି କର୍ମୀ ଓ ନେତାମାନଙ୍କୁ ସେମାନଙ୍କ ପରିଶ୍ରମ ପାଇଁ ସାଧୁବାଦ ଜଣାଇବା ପରେ ବିଜେଡି ପକ୍ଷରୁ ଅଚାନକ ଏଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।

Related story