ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନବୀନ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ। ଏମିତି ଏକ ଖବର ଆସି ପହଞ୍ଚିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏହି ଖବର ଉପରେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ପାଇଁ ସେଠାକାର ନେତାମାନେ ମୋତେ ଅନୁରୋଧ କରିଥିଲେ। ସେମାନଙ୍କ ପ୍ରସ୍ତାବକୁ ମୁଁ ଗୁରୁତ୍ୱର ସହିତ ବିଚାର କରୁଛି।” ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ […]

naveen

naveen

Jitendra Garnayak
  • Published: Sunday, 17 March 2019
  • Updated: 17 March 2019, 04:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ। ଏମିତି ଏକ ଖବର ଆସି ପହଞ୍ଚିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ଚାଲିଛି।

ଏହି ଖବର ଉପରେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ପାଇଁ ସେଠାକାର ନେତାମାନେ ମୋତେ ଅନୁରୋଧ କରିଥିଲେ। ସେମାନଙ୍କ ପ୍ରସ୍ତାବକୁ ମୁଁ ଗୁରୁତ୍ୱର ସହିତ ବିଚାର କରୁଛି।”

ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସମସ୍ତ ଦଳୀୟ ସାଂସଦ, ବିଧାୟକ ଓ ନେତାଙ୍କ ସହ ଅନେକ ଚାଷୀ, ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାରୁ ଯେକୌଣସି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ନ୍ତୁ ବୋଲି ଦଳୀୟ ନେତାମାନେ ଅନୁରୋଧ କରିଛନ୍ତି। କୁହାଯାଉଛି ସେ ବିଜେପୁର, ବଲାଙ୍ଗିର, ବରଗଡ଼ ବା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଛିଡ଼ା ହୋଇପାରନ୍ତି।

naveen1ଆଜି ପଶ୍ଚିମ ଓଡ଼ିଶାର ସମସ୍ତ ବିଜେଡି ସାଂସଦ, ବିଧାୟକ, ଛାତ୍ର ଓ ଯୁବ ନେତାଙ୍କ ସହିତ ଅନେକ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରି ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ।

ରାଜନୀତିକ ବିଶ୍ଳେଷକଙ୍କ ମତରେ ପଶ୍ଚିମ ଓଡ଼ିଶାରେ ବିଜେପିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ପ୍ରତିହତ କରିବାକୁ ନବୀନ ଏଭଳି ପଦକ୍ଷେପ ନେଇପାରନ୍ତି।

ପଶ୍ଚିମ ଓଡ଼ିଶାର ବିଜେପି ନେତା ତଥା ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି,“ପଶ୍ଚିମ ଓଡ଼ିଶାରେ ନିର୍ବାଚନ ଲଢ଼ିବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରୁଛି।  କିନ୍ତୁ ସେ ପଶ୍ଚିମ ଓଡ଼ିଶାକୁ ଆସିବା ବେଳ ୨୦ ବର୍ଷର ପ୍ରୋଗେସ୍ ରିପୋର୍ଟ ନେଇ ଆସିବେ। ଗତ ୨୦ ବର୍ଷରେ ସେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ କ’ଣ କରିଛନ୍ତି? କାହିଁ ଚାଷୀଟିଏ ଆତ୍ମହତ୍ୟା କଲେ କେବେ ତ ଆହା କରିବାକୁ ଆସି ନାହାନ୍ତି। ୨୦୦୦ ମସିହାରୁ ନିର୍ବାଚନ ଲଢ଼ୁଛନ୍ତି। ତା’ଭିତରେ କ’ଣ କେବେ ପଶ୍ଚିମ ଓଡ଼ିଶା ମନେ ପଡ଼ି ନଥିଲା?”

ସେ ଆହୁରି କହିଛନ୍ତି,“ପଞ୍ଚାୟତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରୁ ୫୦% ଭୋଟ ପାଇଛି। ଏବେ ବିଜେପିର ୧୦ଟିରୁ ୮ଟି ବିଧାନସଭା ଆସନ ପଶ୍ଚିମ ଓଡ଼ିଶାରେ ରହିଛି। ପଶ୍ଚିମ ଓଡ଼ିଶାର ବିଜେଡ଼ି ନେତାମାନେ ବିଜେପିର ଶକ୍ତିବୃଦ୍ଧିକୁ ଭୟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନବୀନ ବାବୁଙ୍କୁ ପଶ୍ଚିମ ଓଡ଼ିଶାରେ ଲଢ଼ିବାକୁ କୁହାଯାଉଛି।”

ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି,“ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଦାଦନ ଅଛନ୍ତି। ହିଞ୍ଜିଳି ସହରରେ ଏଲ୍‌ଇଡି ଲାଗିଲା। କିନ୍ତୁ ଗାଁରେ ବିଦ୍ୟୁତ୍ ନାହିଁ। ହାତ ହଲାଇଲେ ଆଉ ଭୋଟ୍ ମିଳିବ ନାହିଁ। ନବୀନ ବାବୁଙ୍କୁ ଭୟ ଗ୍ରାସ କରିଛି। ସେ ନୂଆ ନାଟକ କରୁଛନ୍ତି।”

ସୂଚନାଯୋଗ୍ୟ, ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଲଗାତାର ଭାବେ ପ୍ରାର୍ଥୀ ହୋଇ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story