ବିଦେଶରେ ନିନ୍ଦିତ ହେଲା ବିଜେଡି ଓ ଦେଶ, ମୁଖିଆ ନିରବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାରବେଳେ ତାଙ୍କର ସମ୍ପର୍କୀୟଙ୍କୁ ତଣ୍ଟିଆ ମାରି ବରିଷ୍ଠ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଏବେ ବିବାଦୀୟ ହୋଇପଡ଼ିଛନ୍ତି। ବିଧାୟକଙ୍କ ଏଭଳି ଆଚରଣ ଓ ଅମାନୁଷିକ କାର୍ଯ୍ୟକୁ ସମଗ୍ର ଦେଶରେ ନିନ୍ଦା କରାଯାଉଥିବାବେଳେ ପଡ଼ୋଶୀ ପାକିସ୍ତାନର ଗଣମାଧ୍ୟମ ଏବେ ଏହାକୁ ନିଜ ଦେଶ ପାଇଁ ଢାଲ ଭାବେ ଉପଯୋଗ କରିବାରେ ଲାଗିଛି। ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ପ୍ରତି ସମଗ୍ର ବିଶ୍ୱ ସମବେଦନା ପ୍ରକଟ […]

naveens-mysterious-silence-over-party-mlas-act-during-cremation-of-a-martyr-is-shocking

Manoranjan Sial
  • Published: Thursday, 21 February 2019
  • Updated: 21 February 2019, 10:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନ ମନୋଜ ବେହେରାଙ୍କ ଅନ୍ତିମ ସଂସ୍କାରବେଳେ ତାଙ୍କର ସମ୍ପର୍କୀୟଙ୍କୁ ତଣ୍ଟିଆ ମାରି ବରିଷ୍ଠ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଏବେ ବିବାଦୀୟ ହୋଇପଡ଼ିଛନ୍ତି। ବିଧାୟକଙ୍କ ଏଭଳି ଆଚରଣ ଓ ଅମାନୁଷିକ କାର୍ଯ୍ୟକୁ ସମଗ୍ର ଦେଶରେ ନିନ୍ଦା କରାଯାଉଥିବାବେଳେ ପଡ଼ୋଶୀ ପାକିସ୍ତାନର ଗଣମାଧ୍ୟମ ଏବେ ଏହାକୁ ନିଜ ଦେଶ ପାଇଁ ଢାଲ ଭାବେ ଉପଯୋଗ କରିବାରେ ଲାଗିଛି। ଆତଙ୍କବାଦୀ ଆକ୍ରମଣରେ ଶହୀଦ ଯବାନଙ୍କ ପ୍ରତି ସମଗ୍ର ବିଶ୍ୱ ସମବେଦନା ପ୍ରକଟ କରୁଥିବାବେଳେ ବିଧାୟକ ଶ୍ରୀ ସମାନ୍ତରାୟଙ୍କ କାର୍ଯ୍ୟ ଓଡ଼ିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆଶ୍ଚର୍ଯ୍ୟର କଥା, ଶ୍ରୀ ସାମନ୍ତରାୟଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ନିନ୍ଦା କରୁଥିବାବେଳେ ବିଜେଡି କିମ୍ବା ଦଳର ମୁଖିଆ ଏପର୍ଯ୍ୟନ୍ତ କୌଣସି ବୟାନ ବା ଟିପ୍ପଣୀ ଦେବାକୁ ଉଚିତ୍ ମଣିନାହାନ୍ତି।

ସୂଚନା ଅନୁସାରେ, ଶହୀଦ ଯବାନଙ୍କ ଅନ୍ତିମ ସଂସ୍କାରବେଳେ ତାଙ୍କ ସମ୍ପର୍କୀୟ ଦାଦାଙ୍କୁ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ତଣ୍ଟିଆ ମରା ଦୃଶ୍ୟ ଏବେ ଭାରତ ସୀମା ଡେଇଁ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଲାଣି। ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲଗୁଡ଼ିକ ଏହି ତଣ୍ଟିଆ ମରା ଭିଡିଓକୁ ଆଧାର କରି ଭାରତୀୟ ରାଜନେତାମାନଙ୍କ ଦେଶପ୍ରୀତି ଉପରେ ପ୍ରଶ୍ନ ଉଠାଇବା ସହ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ନାଁ ସହ ‘ବିଜେଡି ବିଧାୟକ’ର ଟ୍ୟାଗ୍ ଲାଗିଥିବାରୁ ଏହି ଆଳରେ ଶାସକ ବିଜେଡିକୁ ମଧ୍ୟ ବଦନାମ ମୁଣ୍ଡାଇବାକୁ ପଡ଼ିଛି। ସମଗ୍ର ଦେଶରେ ବିଧାୟକଙ୍କ ଏହିି ଘଟଣାକୁ କଡ଼ା ଭାଷାରେ ଭର୍ତ୍ସନା କରାଯାଉଥିବାବେଳେ ବିଜେଡି ମଧ୍ୟ ନିନ୍ଦିତ ହେବାରେ ଲାଗିଛି।

ଯେଉଁ ବିଜେଡିକୁ ଏକ ଶୃଙ୍ଖଳିତ ରାଜନୀତିକ ଦଳ ଭାବେ ଗଢ଼ି ତୋଳିବେ ବୋଲି ଦଳର ମୁଖିଆ ନବୀନ ପଟ୍ଟନାୟକ କହି ଆସୁଛନ୍ତି ସେହି ଦଳର ଜଣେ ଆଗଧାଡ଼ିର ନେତାଙ୍କ ଯୋଗୁ ସମଗ୍ର ଭାରତକୁ ଲଜ୍ଜିତ ହେବାକୁ ପଡ଼ିଛି। ପାକିସ୍ତାନ ଗଣମାଧ୍ୟମକୁ ମଧ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଭିନ୍ନ ରୂପ ଦେବାର ବାହାନା ମିଳିଯାଇଛି। କେବଳ ସେତିକି ନୁହେଁ ପାକିସ୍ତାନ ମଧ୍ୟ ଏହି ଭିଡିଓ ହିଁ ଆଗାମୀ ଦିନରେ ବିଶ୍ୱର ବିଭିନ୍ନ ମଞ୍ଚରେ ଉପସ୍ଥାପନ କରି ଶହୀଦ ଯବାନଙ୍କ ଉପରେ ଆକ୍ରମଣକୁ ‘ପ୍ରାୟୋଜିତ’ ବୋଲି କହିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ଯାହା ଏପର୍ଯ୍ୟନ୍ତ ପାକିସ୍ତାନର ନେତାମାନେ ମୌଖିକ ଭାବେ କରି ଆସୁଥିଲେ, ଏବେ ଦେବାଶୀଷଙ୍କ ତଣ୍ଟିଆମରା ଭିଡ଼ିଓ ସେମାନଙ୍କୁ ଦୃଢ଼ ଭାବେ କହିବା ପାଇଁ ସୁଯୋଗ ଆଣିଦେଇଛି।

ଏତେସବୁ ପରେ ବି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ମୁଖପାତ୍ରମାନେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିବା ପରୋକ୍ଷରେ ବିଜେଡିର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଦେବାଶିଷ ପୂର୍ବରୁ ଏହି ଘଟଣା ପାଇଁ ଦୁଃଖପ୍ରକାଶ କରିଥିବାବେଳେ ଆଜି ଆଉ ଏକ ନୂଆ ବାହାନା କରି ଘଟଣାକୁ ରାଜନୀତିକ ରୂପ ଦେବାକୁ ଚେଷ୍ଟା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି କହିଛନ୍ତି ଯେ, “ପାକିସ୍ତାନ ଗଣମାଧ୍ୟମରେ ଏ ଭିଡିଓ ପ୍ରସାରିତ ହୋଇଛି। ବିଧାୟକ ସାମନ୍ତରାୟଙ୍କ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ”।

ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, “ଦେବାଶିଷ ଯାହା କରିଛନ୍ତି ତାହା ତାଙ୍କର ଔଦ୍ଧତ୍ୟକୁ ପ୍ରମାଣିତ କରୁଛି। ବ୍ୟବସାୟିକ ଫାଇଦା ପାଇଁ ସେ ଏବେ ତୃତୀୟ ମହଲାର ଗେହ୍ଲାପୁଅ ସାଜିଛନ୍ତି। କେବଳ ତାଙ୍କ ପାଇଁ ବିଜେଡି ଆଜି ଦେଶବିଦେଶରେ ନିନ୍ଦିତ ହୋଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ବିରୋଧୀ ଦଳ ଏହାକୁ ନିର୍ବାଚନରେ ଇସ୍ୟୁ କରିବ ଓ ବିଜେଡିର ଦେଶପ୍ରୀତି ଉପରେ ପ୍ରଶ୍ନ ଉଠିବ। ଯାହା ଦଳକୁ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story