ସ୍ୱାଭିମାନରେ ସ୍ମୃତି ଭବନ, ‘ପାଠଶାଳା’ରେ ପଢ଼ୁଛନ୍ତି ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍ୱାଭିମାନ ଅଞ୍ଚଳରେ ରହିଛି ନକ୍ସଲଙ୍କ “ପାଠଶାଳା”। ଯେଉଁଠି ପାଠ ପଢ଼ୁଛନ୍ତି ନକ୍ସଲ। ଆଉ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ଚାଲିଥିବା ଏହି କ୍ୟାମ୍ପରେ ଆଜି ପହଞ୍ଚିଛି ଓଡ଼ିଶା ରିପୋର୍ଟର। ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ। ଯେଉଁଠିକୁ ଯିବା ପାଇଁ ରାସ୍ତା ନଥିଲା। ପ୍ରତିଦିନ ନକ୍ସଲ ଖେଳୁଥିଲେ ରକ୍ତର ହୋଲି। ଆଜି ସେଠାକୁ ହୋଇଛି ସେତୁ। ବହୁ ବାଧାବିଘ୍ନକୁ ସାମ୍ନା କରି ରାଜ୍ୟ […]

lalgardh

Manoranjan Sial
  • Published: Monday, 04 November 2019
  • , Updated: 04 November 2019, 09:11 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍ୱାଭିମାନ ଅଞ୍ଚଳରେ ରହିଛି ନକ୍ସଲଙ୍କ “ପାଠଶାଳା”। ଯେଉଁଠି ପାଠ ପଢ଼ୁଛନ୍ତି ନକ୍ସଲ। ଆଉ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ଚାଲିଥିବା ଏହି କ୍ୟାମ୍ପରେ ଆଜି ପହଞ୍ଚିଛି ଓଡ଼ିଶା ରିପୋର୍ଟର।

ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ। ଯେଉଁଠିକୁ ଯିବା ପାଇଁ ରାସ୍ତା ନଥିଲା। ପ୍ରତିଦିନ ନକ୍ସଲ ଖେଳୁଥିଲେ ରକ୍ତର ହୋଲି। ଆଜି ସେଠାକୁ ହୋଇଛି ସେତୁ। ବହୁ ବାଧାବିଘ୍ନକୁ ସାମ୍ନା କରି ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରିବା ପରେ ଏହାର ନାଁ ବଦଳି ହେଲା ‘ସ୍ୱାଭିମାନ’ ଅଞ୍ଚଳ। ଏହି ଅଞ୍ଚଳକୁ ଯିବା ପାଇଁ ଚିତ୍ରକୋଣ୍ଡାର ସ୍ପିଲ୍‌ ୱେ’ ଘାଟରୁ ଆରମ୍ଭ ହେଲା ଅଭିଯାନ।

୭୦ କିଲୋମିଟର ଜଳଯାତ୍ରା ପରେ ଦେଖାଗଲା ଏକ ଦୀପ। ଆଉ ସେଇଠି ଅଟକିଲା ଭୁଟୁଭୁଟି। ତା’ପରେ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲିଆ ଓ ଅଙ୍କାବଙ୍କା ରାସ୍ତାରେ ଚାଲିବା ପରେ ଦେଖିବାକୁ ମିଳିଲା ଏକ ନାଲି ଘର (ନକ୍ସଲଙ୍କ ସ୍ଥାୟୀ କ୍ୟାମ୍ପ)। ଯାହାର ନାଁ ଜନତା ଶିକ୍ଷା ‘ପାଠଶାଳା’। ଏହାର ପରିବେଶ ସଫା ଓ ସୁତୁରା। କ୍ୟାମ୍ପ ପରିସରରେ ଲାଗିଛି ନଡ଼ିଆ ଚାରା। ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ‘ପାଠଶାଳା’ ଚାରି ପାର୍ଶ୍ୱରେ ତାର ଜାଲି ଲାଗିଛି। ପ୍ରତି କୋଣରେ ବାଉଁଶରେ ତିଆରି ହୋଇଛି ଛୋଟ ଛୋଟ ସେଣ୍ଟ୍ରି ପୋଷ୍ଟ। ଇଏ କେବଳ କ୍ୟାମ୍ପ ନୁହେଁ, ସହିଦ ଭବନର ନାଁ ଦେଇଛନ୍ତି ନକ୍ସଲ। ରାମାଗୁଡ଼ା ଏନ୍‌କାଉଣ୍ଟର ସହିଦ ଭବନ। ଏହା ଭିତରେ ରାମାଗୁଡ଼ା ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ୩୦ ନକ୍ସଲଙ୍କ ଫଟୋକୁ ସଜେଇ ରଖାଯାଇଛି। ସବୁ ଫଟୋରେ ମୃତ ନକ୍ସଲଙ୍କ ନାଁ ଲେଖା ଯାଇଛି। କ୍ୟାଡର ବି ଲେଖାଯାଇଛି। ନକ୍ସଲ ଆଦର୍ଶରେ କାମ କରୁଥିବା ପରପିଢ଼ିକୁ ଏମାନଙ୍କ ତଥାକଥିତ ତ୍ୟାଗକୁ ସଂରକ୍ଷିତ ରଖିବାକୁ ସବୁ ଉଦ୍ୟମ ହୋଇଛି।

ସବୁଠାରୁ ବଡ଼ କଥା ହେଉଛି ତିନି ବଖୁରିଆ ଏଇ କ୍ୟାମ୍ପକୁ ସ୍ଥାୟୀ ବିଦ୍ୟୁତ୍ କନେକସନ୍ ଦିଆଯାଇଛି। କୁହାଯାଉଛି ପ୍ରତିବର୍ଷ ସହିଦ ସପ୍ତାହ ସମୟରେ ନକ୍ସଲମାନେ ଏଠାକୁ ଆସନ୍ତି। ଏଠାରେ ସହିଦ ସପ୍ତାହ ପାଳନ ହୁଏ। ନାଚଗୀତ ହୁଏ। କ୍ୟାମ୍ପ ଅଫିସ୍‌ଟି ଆନ୍ଧ୍ର ସୀମାଠାରୁ କିଛି ଦୂରରେ ଥିବାରୁ ଅନେକ ସମୟରେ ଏଠାକୁ ଆନ୍ଧ୍ର ଓ ଓଡ଼ିଶାର ଟପ୍ ନକ୍ସଲମାନେ ଏକତ୍ର ହୋଇ ସୁରକ୍ଷାକର୍ମୀଙ୍କ ବିରୋଧରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି। ପ୍ରଜାକୋର୍ଟ ମଧ୍ୟ ଏଇଠି ବସେ। ହେଲେ ମେଳି ଓ ଟପ୍ କ୍ୟାଡର ଷ୍ଟ୍ରାଟେଜି ସରିବା ପରେ ଭିନ୍ନ ଭିନ୍ନ ଯାଗାରେ ଖେଳେଇ ହୋଇଯାନ୍ତି ସମସ୍ତେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ସ୍ୱାଭିମାନ ଅଞ୍ଚଳ ଘୋଷଣା ପରେ ମଧ୍ୟ ସୁରକ୍ଷାକର୍ମୀ ଓ ପୁଲିସ ପାଇଁ ଏହା ଏପର୍ଯ୍ୟନ୍ତ ଅପହଞ୍ଚ ହୋଇ ରହିଛି କେମିତି?

Related story