ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓ ହିଂସା ପୁଣି ଚିନ୍ତା ବଢ଼ାଇଛି। ଆଜି ନକ୍ସଲମାନେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ତାଙ୍କୁ ଘରୁ ଅପହରଣ ପରେ ଧାରୁଆ ଅସ୍ତ୍ରରେ ହାଣି ଅତି ନିର୍ମମ ଭାବ ହତ୍ୟା କରାଯାଇଛି। ମୃତକ ହେଲେ ପାଟିରାମ କୁଡ଼ିଆମ୍।
ସେ ମରମେଡ଼ିର ପୂର୍ବତନ ସରପଞ୍ଚ ଥିଲେ। ସ୍ଥାନୀୟ ତୈୟାନର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଏଥିସହ ନକ୍ସଲ ଦମନ ନିମନ୍ତେ ଯୋଜନା ଆରମ୍ଭ କରିଛି।