ଦୁଇ ଜଣଙ୍କୁ ଛାଡ଼ି ଦେଲେ, ଜଣଙ୍କ ଗଳା କାଟି ଦେଲେ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁକୁରକୁଣ୍ଡ ଗାଁରୁ ପୁଲିସ୍‌ ଇନଫର୍ମର ସନ୍ଦେହରେ ନକ୍ସଲମାନେ ୩ ଜଣଙ୍କୁ ଅପହରଣ କରି ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମାରି ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଗୁଜା କୋବାସୀ। ଗତକାଲି ପ୍ରଜାକୋର୍ଟ କରି ନକ୍ସଲମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ। ଅପହୃତ ହୋଇଥିବା ମାସା ସୋଡ଼ି ଓ ଉଙ୍ଗା କାଲମାରିଙ୍କୁ ନକ୍ସଲମାନେ ନିସ୍ତୁକ ମାଡ଼ ମାରି ଛାଡ଼ି ଦେଇଛନ୍ତି। ଏ ଘଟଣା ପରେ କୁକୁରକୁଣ୍ଡ ଗାଁ […]

naxal

Jitendra Garnayak
  • Published: Sunday, 30 June 2019
  • , Updated: 30 June 2019, 03:12 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁକୁରକୁଣ୍ଡ ଗାଁରୁ ପୁଲିସ୍‌ ଇନଫର୍ମର ସନ୍ଦେହରେ ନକ୍ସଲମାନେ ୩ ଜଣଙ୍କୁ ଅପହରଣ କରି ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମାରି ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଗୁଜା କୋବାସୀ।

ଗତକାଲି ପ୍ରଜାକୋର୍ଟ କରି ନକ୍ସଲମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ। ଅପହୃତ ହୋଇଥିବା ମାସା ସୋଡ଼ି ଓ ଉଙ୍ଗା କାଲମାରିଙ୍କୁ ନକ୍ସଲମାନେ ନିସ୍ତୁକ ମାଡ଼ ମାରି ଛାଡ଼ି ଦେଇଛନ୍ତି।

ଏ ଘଟଣା ପରେ କୁକୁରକୁଣ୍ଡ ଗାଁ ଲୋକେ ଡରି ଯାଇଛନ୍ତି। ତେବେ ଏ ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Related story