ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ଭଶୁଡ଼ୁଛି ମାଓ ସଙ୍ଗଠନ। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଛନ୍ତି ହାର୍ଡକୋର ମାଓବାଦୀ କୁନୁ ଦେହୁରୀ। ଆଜି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ସମ୍ବଲପୁର ଯୁଯୁମରାର କୁନୁ ୨୦୦୨ରୁ ମାଓ ସଂଗଠନରେ ସାମିଲ୍ ଥିଲେ। କୁନୁ ନାଁରେ ୫୧ଟି ମାମଲା ରହିଛି। ସେ ୫ଟି ଜିଲ୍ଲାରେ ସକ୍ରିୟ ଥିବା ଡିଜି କହିଛନ୍ତି। ସୁନ୍ଦରଗଡ଼, ଦେବଗଡ଼ ଓ ସମ୍ୱଲପୁର ଡିଭିଜନ୍‌ରେ ସେ ସଚିବ ଥିଲେ। ତାଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିଲା। ଆଜି ସେ ସମ୍ବଲପୁରରେ ଆତ୍ମସମର୍ପଣ କରିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।