ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

କନ୍ଧମାଳ(ଓଡ଼ିଶା ରିପୋର୍ଟର) କନ୍ଧମାଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଛି। ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ହୋଇଛି। SOG ଏବଂ DVF ପକ୍ଷରୁ ମିଳିତ ଭାବେ ଏହି କମ୍ବିଂ ଅପରେସନ୍ କରାଯାଉଛି। ମାଓବାଦୀ କ୍ୟାମ୍ପ ଥିବା ଖବର ପାଇଁ ଚଢ଼ାଉ କରିଥିଲା ପୁଲିସ। ତେବେ ହଠାତ୍ ପୁଲିସ ଉପରକୁ ଗୁଳି ଚଳାଇଥିଲେ ମାଓବାଦୀ। ଯାହାର ପାଲଟା ଜବାବ ଦେଇଥିଲେ ଯବାନ। ତେବେ ଏହି ଗୁଳି ବିନିମୟରେ ଖସିଗଲେ ୮ରୁ ୧୦ ଜଣ ନକ୍ସଲ ଖସି […]

naxel

Tapas Behera
  • Published: Sunday, 20 December 2020
  • , Updated: 20 December 2020, 07:12 PM IST

କନ୍ଧମାଳ(ଓଡ଼ିଶା ରିପୋର୍ଟର) କନ୍ଧମାଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଛି। ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ହୋଇଛି। SOG ଏବଂ DVF ପକ୍ଷରୁ ମିଳିତ ଭାବେ ଏହି କମ୍ବିଂ ଅପରେସନ୍ କରାଯାଉଛି। ମାଓବାଦୀ କ୍ୟାମ୍ପ ଥିବା ଖବର ପାଇଁ ଚଢ଼ାଉ କରିଥିଲା ପୁଲିସ। ତେବେ ହଠାତ୍ ପୁଲିସ ଉପରକୁ ଗୁଳି ଚଳାଇଥିଲେ ମାଓବାଦୀ।

ଯାହାର ପାଲଟା ଜବାବ ଦେଇଥିଲେ ଯବାନ। ତେବେ ଏହି ଗୁଳି ବିନିମୟରେ ଖସିଗଲେ ୮ରୁ ୧୦ ଜଣ ନକ୍ସଲ ଖସି ଯାଇଥିବା ସୂଚନା ମିଳିଛି। ଖସି ଯାଇଥିବା ମାଓବାଦୀ କେକେବିଏନ୍ ଡିଭିଜନ୍‌ର ସଦସ୍ୟ ସନ୍ଦେହ କରାଯାଉଛି। ହେଲେ ଜଣେ ମିଲିସିଆଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ୨ଟି ଦେଶୀ ବନ୍ଧୁକ, ୧ ରେଡିଓ, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ଜବତ ହୋଇଛି।

Related story