ନୟାଗଡ଼: ଅଗ୍ନିକାଣ୍ଡରେ ୪୦ ବଖରା ଘର ପାଉଁଶ, ଜଣେ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଖାଲମଡ଼ାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୪୦ ବଖରା ଘର ପାଉଁଶ ହୋଇଯାଇଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ମିଛା ମହାରଣା। ମିଳିଥିବା ସୂଚନା ଅନୁଯାୟୀ, ଗାଁ ପାଖରେ ଏକ ଅଳିଆ ଗଦାରେ ପ୍ରଥମେ ନିଆଁ ଲାଗିଥିଲା। କାଳବୈଶାଖୀ ଯୋଗୁଁ ନିଆଁ ଅଳିଆ ଗଦାରୁ ଉଡ଼ି ଚାଳଘରକୁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ବର୍ଷା ସତ୍ତ୍ୱେ ଚାହୁଁ ଚାହୁଁ ୪୦ ବଖରା […]

fire1

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 03:57 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଖାଲମଡ଼ାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୪୦ ବଖରା ଘର ପାଉଁଶ ହୋଇଯାଇଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ମିଛା ମହାରଣା।

ମିଳିଥିବା ସୂଚନା ଅନୁଯାୟୀ, ଗାଁ ପାଖରେ ଏକ ଅଳିଆ ଗଦାରେ ପ୍ରଥମେ ନିଆଁ ଲାଗିଥିଲା। କାଳବୈଶାଖୀ ଯୋଗୁଁ ନିଆଁ ଅଳିଆ ଗଦାରୁ ଉଡ଼ି ଚାଳଘରକୁ ଲାଗି ଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ବର୍ଷା ସତ୍ତ୍ୱେ ଚାହୁଁ ଚାହୁଁ ୪୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ନୂଆଗାଁ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ।

Related story