ନୟାଗଡ଼ ଚିନି କଳ ବିବାଦର ସମାଧାନ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି: ଚାଷୀ ଓ କର୍ମଚାରୀଙ୍କୁ ଖୁବଶୀଘ୍ର ମିଳିବ ବକେୟା ଟଙ୍କା

ଭୁବନେଶ୍ୱର: ବର୍ଷ ବର୍ଷ ଧରି ବନ୍ଦ ଥିବା ନୟାଗଡ଼ ଚିନି କଳ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଗଠନ ହୋଇଛି ଏକ ଉଚ୍ଚସ୍ତରୀୟ କମିଟି। ସମବାୟ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ୭ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବ। ସେହି ଅନୁଯାୟୀ ଖୁବଶୀଘ୍ର ବନ୍ଦ ଚିନିକଳ ଖୋଲିବ ଓ ଚାଷୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଟଙ୍କା ମିଳିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସମବାୟ […]

nayagada

nayagada

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 01:17 PM IST

Sports

Latest News

[caption id="attachment_31448" align="alignleft" width="300"]nayagada ନୟାଗଡ଼ ଚିନି କଳ ବିବାଦର ସମାଧାନ ପାଇଁ ସଚିବାଳୟରେ ଅନୁଷ୍ଠିତ ବୈଠକରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ, ଆଇନ୍ ମନ୍ତ୍ରୀ ଅରୁଣ ସାହୁ ଓ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି[/caption]

ଭୁବନେଶ୍ୱର: ବର୍ଷ ବର୍ଷ ଧରି ବନ୍ଦ ଥିବା ନୟାଗଡ଼ ଚିନି କଳ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଗଠନ ହୋଇଛି ଏକ ଉଚ୍ଚସ୍ତରୀୟ କମିଟି। ସମବାୟ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ୭ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବ। ସେହି ଅନୁଯାୟୀ ଖୁବଶୀଘ୍ର ବନ୍ଦ ଚିନିକଳ ଖୋଲିବ ଓ ଚାଷୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଟଙ୍କା ମିଳିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରୀ ଦାମୋଦର ରାଉତ। ଆଜି ସଚିବାଳୟରେ ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସମବାୟ ମନ୍ତ୍ରୀ ଏହି ସୂଚନା ଦେଇଥିଲେ।

ସେ କହିଥିଲେ, ୨୦୦୫ରେ ନୟାଗଡ଼ କୋ-ଅପରେଟିଭ୍ ଚିନି କଳକୁ ତ୍ରୈଲୋକ୍ୟ ମିଶ୍ରଙ୍କୁ ବିକ୍ରି କରାଯାଇଥିଲା। ୫ କୋଟି ୨୨ ଲକ୍ଷ ଟଙ୍କାରେ ତାଙ୍କୁ ଏହି ଚିନି କାରଖାନାକୁ ବିକ୍ରି କରାଯାଇଥିଲା। ତେବେ ସେ ଶ୍ରମ କମିଶନରଙ୍କ ଅନୁମତି ନନେଇ କଂପାନିକୁ ଏକ ପାଖିଆ ଭାବେ ବନ୍ଦ କରି ଦେଇଛନ୍ତି। ପୁଣି ଚାଷୀମାନଙ୍କ ପାଖରୁ ଆଖୁ କିଣା ବାବଦ ୪ କୋଟି ଟଙ୍କା ବକେୟା ରଖିଥିବା ଅଭିଯୋଗ ହୋଇଛି। ସେହିପରି କାରଖାନାର କର୍ମଚାରୀଙ୍କୁ ଦରମା ଦେଇ ନାହାନ୍ତି। ଦରମା ବାବଦକୁ ପ୍ରାୟ ଦେଢ଼ କୋଟି ଟଙ୍କା ବାକି ପଡ଼ିଛି। ଆଜି ବୈଠକରେ ଏସବୁ ବିଷୟରେ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଆଖୁ ଚାଷୀଙ୍କର ୪ କୋଟି ଟଙ୍କା ବକେୟା ଥିବା କଥାକୁ ଚିନି କାରଖାନା ମାଲିକ ତ୍ରୈଲୋକ୍ୟ ମିଶ୍ର ଖଣ୍ଡନ କରିଥିଲେ। ସେ କହିଥିଲେ ଆଖୁ ଚାଷୀମାନଙ୍କର ମାତ୍ର କେଇ ଲକ୍ଷ ଟଙ୍କା ବକେୟା ପଡ଼ିଛି। ସେହିପରି କର୍ମଚାରୀଙ୍କ ଦରମା ବାବଦକୁ ୨୮ ଲକ୍ଷ ଟଙ୍କା ବକେୟା ରହିଛି। ସେ ଏଭଳି ତଥ୍ୟ ରଖିବା ପରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା। ତେଣୁ ବୈଠକରେ ଉପସ୍ଥିତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଲେ ଯେ ସମବାୟ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ଗଠନ ହେବ। ଏଥିରେ ନୟାଗଡ଼ ଜିଲ୍ଲାପାଳ, ଶ୍ରମ କମିଶନର, ସମବାୟ ବିଭାଗ ରେଜିଷ୍ଟ୍ରାର ପ୍ରମୁଖ ସଦସ୍ୟ ରହିବେ। ଏହି କମିଟି ପ୍ରକୃତ କଥା ଯାଞ୍ଚ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେଲା ପରେ ଚିନି କାରଖାନା ଖୋଲିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ଚାଷୀ ଓ କର୍ମଚାରୀଙ୍କ ବକେୟା ଟଙ୍କା ଦେବାର ବ୍ୟବସ୍ଥା ମଧ୍ୟ କରିବ ଏହି କମିଟି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରମ କମିଶନଙ୍କ ଅନୁମତି ବିନା ଏକପାଖିଆ ଭାବେ ଚିନି କାରଖାନାରେ ତାଲା ପକାଇ ଦେଇଥିବା ଯୋଗୁଁ କଂପାନୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ଚିନି କାରଖାନା ମାଲିକ ତ୍ରୈଲୋକ୍ୟ ମିଶ୍ର କହିଛନ୍ତି ଯେ ବହୁତ କ୍ଷତି ସହିବାରୁ ସେ କଂପାନୀ ବନ୍ଦ କରି ଦେଇଛନ୍ତି। ଯଦି କାରଖାନା ଚାଲିବ ତା’ହେଲେ ଚିନି ବିକି ସେ ବକେୟା ଟଙ୍କା ଫେରାଇବେ।

ଆଜି ବୈଠକରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଓ ଉନ୍ନୟନ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos