ନୟାଗଡ଼ ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ୩ଟି ଗାଡ଼ି ପୋଡ଼ି ଦେଲେ ଦୁର୍ବୃତ୍ତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ୩ଟି ଗାଡ଼ିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। ଦୁର୍ବୃତ୍ତମାନେ ବିଭାଗର ଗୋଟିଏ ବୋଲେରୋ, ଜିପ୍‌ ଓ ବାଇକ୍‌ରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିଏ ଓ କେଉଁ କାରଣରୁ ଏପରି କାଣ୍ଡ ଘଟାଇଛି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ […]

nayagarh-1

Rakesh Mallick
  • Published: Wednesday, 09 November 2016
  • , Updated: 09 November 2016, 09:58 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ୩ଟି ଗାଡ଼ିକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। ଦୁର୍ବୃତ୍ତମାନେ ବିଭାଗର ଗୋଟିଏ ବୋଲେରୋ, ଜିପ୍‌ ଓ ବାଇକ୍‌ରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିଏ ଓ କେଉଁ କାରଣରୁ ଏପରି କାଣ୍ଡ ଘଟାଇଛି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ଚାଲାଣକୁ ନେଇ ଚଢାଉ କରାଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କେହି ମଦ ଦୋକାନୀ ମାଲିକ ଏପରି କାଣ୍ଡ ଘଟାଇ ଥିବା ସନ୍ଦେହ କରାଯାଉଛି।

Related story