ନୟାଗଡ ଶିଶୁ ବିକ୍ରି ଘଟଣା: ମୁହଁ ଖୋଲିଲେ ମହିଳା, ପିଲା ବିକ୍ରି କରିନାହୁଁ

ନୟାଗଡ: ନୟାଗଡ଼ ଜିଲା ରଣପୁର ବ୍ଲକ ଗଉଡ଼ିଆପଡ଼ା ଗାଁରେ ୨ ଶିଶୁପୁତ୍ର ବିକ୍ରି ଘଟଣାରେ ମୁହଁ ଖୋଲିଛନ୍ତି ଛୁଆଁଙ୍କ ମାଆ ନମିତା ମହାରଣା । ରଙ୍କନାଥ ମହାରଣା ଏବଂ ପତ୍ନୀ ନମିତା କହିଛନ୍ତି ଯେ, ଆମେ ପିଲାଙ୍କୁ ବିକ୍ରି କରିନୁ, ଦେଖାଶୁଣା ପାଇଁ ଦେଇଥିଲୁ । ପରେ ପିଲାକୁ ଫେରସ୍ତ ମାଗିବାରୁ ସେମାନେ ମନା କରୁଛନ୍ତି ବୋଲି ନମିତା ଅଭିଯୋଗ କରିଛନ୍ତି । ନମିତା କହିଛନ୍ତି ମୋର ପିଲା ଦରକାର। ତାଙ୍କ ପିଲାଙ୍କୁ ଫେରାଇ ଦେବାକୁ ସେ […]

child

Rakesh Mallick
  • Published: Wednesday, 10 June 2015
  • , Updated: 10 June 2015, 03:23 AM IST

ନୟାଗଡ: ନୟାଗଡ଼ ଜିଲା ରଣପୁର ବ୍ଲକ ଗଉଡ଼ିଆପଡ଼ା ଗାଁରେ ୨ ଶିଶୁପୁତ୍ର ବିକ୍ରି ଘଟଣାରେ ମୁହଁ ଖୋଲିଛନ୍ତି ଛୁଆଁଙ୍କ ମାଆ ନମିତା ମହାରଣା । ରଙ୍କନାଥ ମହାରଣା ଏବଂ ପତ୍ନୀ ନମିତା କହିଛନ୍ତି ଯେ, ଆମେ ପିଲାଙ୍କୁ ବିକ୍ରି କରିନୁ, ଦେଖାଶୁଣା ପାଇଁ ଦେଇଥିଲୁ । ପରେ ପିଲାକୁ ଫେରସ୍ତ ମାଗିବାରୁ ସେମାନେ ମନା କରୁଛନ୍ତି ବୋଲି ନମିତା ଅଭିଯୋଗ କରିଛନ୍ତି । ନମିତା କହିଛନ୍ତି ମୋର ପିଲା ଦରକାର। ତାଙ୍କ ପିଲାଙ୍କୁ ଫେରାଇ ଦେବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୫ ତାରିଖରେ ନମିତା ନୟାଗଡ଼ ଦର୍ପନାରାୟଣପୁର ଡାକ୍ତରଖାନା ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବରୁ ତାଙ୍କୁ କଟକ ବଡ ମେଡିକାଲ ନିଆଯାଇଥିଲା । ସେଠାରେ ସେ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଥିଲେ । ପ୍ରଥମ ଶିଶୁଟିକୁ ସେ ଟୁନା ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ। ଦ୍ବିତୀୟ ଶିଶୁଟିକୁ କଟକ ଶିଶୁଭବନରେ ଟିକିନା ନାମକ ଜଣେ ସିକ୍ୟୁରିଟି ଗାର୍ଡ ନେଇଯାଇଥିଲେ। କିନ୍ତୁ ପରେ ପିଲାକୁ ଫେରସ୍ତ ମାଗିବାରୁ ସେମାନେ ମନା କରୁଛନ୍ତି ବୋଲି ନମିତା ଅଭିଯୋଗ କରିଛନ୍ତି । ନମିତା କହିଛନ୍ତି ମୋର ପିଲା ଦରକାର। ତାଙ୍କ ପିଲାଙ୍କୁ ଫେରାଇ ଦେବାକୁ ସେ ଅନୁରୋଧ କରିଛନ୍ତି । ସେପଟେ ରଣପୁର ବିଡ଼ିଓ ଗାଁରେ ପହଞ୍ଚି ଦମ୍ପତିଙ୍କ ସହ କଥା ହେବାପରେ ଶିଶୁପୁତ୍ର ଦୁଇଜଣଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Related story