ନୟାଗଡ଼ ଥାନା ଆକ୍ରମଣ ଘଟଣା: ଗିରଫ ଦୁଇ ମାଓବାଦୀ ନିର୍ଦ୍ଦୋଷ

ଭୁବନେଶ୍ୱର: ୨୦୦୮ ମସିହା ଚର୍ଚ୍ଚିତ ନୟାଗଡ଼ ଥାନା ଓ ରିଜର୍ଭ ବାରାକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଦୁଇ ମାଓବାଦୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ପ୍ରମାଣ ଅଭାବରୁ ନୟାଗଡ଼ ଜିଲ୍ଲା ଓ ଦୌରାଜଜ ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏହି ଦୁଇ ମାଓବାଦୀ ହେଲେ ମଞ୍ଜୁଲତା ମୁଦୁଲି ଏବଂ ପ୍ରତାପ କିମ୍ବିକା। ଏମାନଙ୍କ ବିରୋଧରେ ଅନ୍ୟ ଏକ ମାମଲା ବିଚାରାଧୀନ ଥିବାରୁ ଜେଲରୁ ମୁକୁଳି ପାରିନାହାନ୍ତି। ୨୦୧୪ ମସିହାରେ  ବ୍ରହ୍ମପୁର ପୋଲିସ ଏହି ୨ ମାଓବାଦୀଙ୍କୁ  ଏକ ମାମଲାରେ […]

naxal

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 06:42 PM IST

ଭୁବନେଶ୍ୱର: ୨୦୦୮ ମସିହା ଚର୍ଚ୍ଚିତ ନୟାଗଡ଼ ଥାନା ଓ ରିଜର୍ଭ ବାରାକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଦୁଇ ମାଓବାଦୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ପ୍ରମାଣ ଅଭାବରୁ ନୟାଗଡ଼ ଜିଲ୍ଲା ଓ ଦୌରାଜଜ ସେମାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏହି ଦୁଇ ମାଓବାଦୀ ହେଲେ ମଞ୍ଜୁଲତା ମୁଦୁଲି ଏବଂ ପ୍ରତାପ କିମ୍ବିକା। ଏମାନଙ୍କ ବିରୋଧରେ ଅନ୍ୟ ଏକ ମାମଲା ବିଚାରାଧୀନ ଥିବାରୁ ଜେଲରୁ ମୁକୁଳି ପାରିନାହାନ୍ତି।

୨୦୧୪ ମସିହାରେ  ବ୍ରହ୍ମପୁର ପୋଲିସ ଏହି ୨ ମାଓବାଦୀଙ୍କୁ  ଏକ ମାମଲାରେ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଉଭୟଙ୍କ ବିରୋଧରେ ନୟାଗଡ଼ ଥାନା ଓ ରିଜର୍ଭବାରାକ ଆକ୍ରମଣ ଘଟଣାରେ ଚାର୍ଜସିଟ୍ କରିଥିଲା ମାମଲାର ଶୁଣାଣି ପାଇଁ ଏହି ୨ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲରୁ କଡା ସୁରକ୍ଷା ମଧ୍ୟରେ ନୟାଗଡ ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା।

Related story