ତପ୍ତପାଣି ଘାଟିରେ ଓଲଟିଲା ବସ୍‌, ୨୫ ଛାତ୍ରଛାତ୍ରୀ ଆହତ

ମୋହନା (ମିହିର ଯତି): ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ତପ୍ତପାଣି ଘାଟିରେ ଓଲଟିଲା ବସ୍‌। ଫଳରେ OJEE ପରୀକ୍ଷା ଦେବାକୁ ଆସୁଥିବା ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। OJEE ପରୀକ୍ଷା ଦେବା ପାଇଁ ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି, ଜିରାଙ୍ଗ ଅଞ୍ଚଳରୁ ୨୫ରୁ ଅଧିକ ଛାତ୍ରଛାତ୍ରୀମାନେ ଏକ ବସ୍‌ରେ ଖୋର୍ଦ୍ଧାକୁ ଆସୁଥିଲେ। ପାଳୁଖୋଳା ନିକଟରେ ବସ୍‌ଟି ୟୁ ଟର୍ଣ୍ଣ ନେବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ […]

bus

bus

Manoranjan Sial
  • Published: Thursday, 15 October 2020
  • Updated: 15 October 2020, 10:51 PM IST

Sports

Latest News

ମୋହନା (ମିହିର ଯତି): ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ତପ୍ତପାଣି ଘାଟିରେ ଓଲଟିଲା ବସ୍‌। ଫଳରେ OJEE ପରୀକ୍ଷା ଦେବାକୁ ଆସୁଥିବା ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

OJEE ପରୀକ୍ଷା ଦେବା ପାଇଁ ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି, ଜିରାଙ୍ଗ ଅଞ୍ଚଳରୁ ୨୫ରୁ ଅଧିକ ଛାତ୍ରଛାତ୍ରୀମାନେ ଏକ ବସ୍‌ରେ ଖୋର୍ଦ୍ଧାକୁ ଆସୁଥିଲେ। ପାଳୁଖୋଳା ନିକଟରେ ବସ୍‌ଟି ୟୁ ଟର୍ଣ୍ଣ ନେବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସ ଭିତରେ ଥିବା ୨୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos