ରବିବାର ଅଢ଼େଇ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ ନେପାଳ ରାଜା ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଥିପାଇଁ ଆସନ୍ତାକାଲି ସକାଳ ସାଢ଼େ ୯ରୁ ମଧ୍ୟାହ୍ନ ୧୨ଟା ଭିତରେ ମନ୍ଦିର ଭିତରକୁ ସାଧାରଣ ଦର୍ଶକ ଯାଇପାରିବେ ନାହିଁ। ରବିବାର ସକାଳ ୧୧ରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ପହଞ୍ଚିବେ ନେପାଳ ରାଜା ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା। ସେଠାରେ ତାଙ୍କୁ […]

sri

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ ନେପାଳ ରାଜା ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଥିପାଇଁ ଆସନ୍ତାକାଲି ସକାଳ ସାଢ଼େ ୯ରୁ ମଧ୍ୟାହ୍ନ ୧୨ଟା ଭିତରେ ମନ୍ଦିର ଭିତରକୁ ସାଧାରଣ ଦର୍ଶକ ଯାଇପାରିବେ ନାହିଁ।

ରବିବାର ସକାଳ ୧୧ରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ପହଞ୍ଚିବେ ନେପାଳ ରାଜା ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା। ସେଠାରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରିବେ। ପାରମ୍ପରିକ ରିତୀ ନୀତି ଅନୁସାରେ ଲାଲମୋହରିଆ ପଣ୍ଡା ରାଜାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ରାତି ୩ ଟାରେ ଦ୍ୱାର ଫିଟା ଯିବ। ସକାଳ ସାଢ଼େ ୯ଟା ଭିତରେ ମଙ୍ଗଳା ଆଳତି, ସକାଳ ଧୂପ ଭୋଗ ମଣ୍ଡପ ସମ୍ପନ୍ନ ହେବ। ଏହା ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ। ସକାଳ ସାଢ଼େ ୯ଟା ପରେ ସାଧାରଣ ଦର୍ଶକ ପାଇଁ ଶ୍ରୀମନ୍ଦିର ଭିତରକୁ କେହି ଯାଇପାରିବେ ନାହିଁ। ସକାଳ ସାଢ଼େ ୧୦ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ପରମ୍ପରା ଅନୁସାରେ ଗଜପତି ମହାପ୍ରଭୁଙ୍କୁ ଦର୍ଶନ କରି ବେହେରଣରେ ଅପେକ୍ଷା କରିବେ। ନେପାଳ ରାଜା ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପ୍ରଥମେ ବଟ ଗଣେଶଙ୍କୁ ପୂଜାଅର୍ଚ୍ଚନା କରିବେ। ତା’ପରେ ମା’ ମଙ୍ଗଳାଙ୍କୁ ଦର୍ଶନ କରି ଗରୁଡ଼ସ୍ତମ୍ଭ ପାଖକୁ ଯିବେ। ସେଠାରୁ ଗର୍ଭ ଗୃହ ଭିତରକୁ ଯିବେ। ଗର୍ଭଗୃହ ଭିତରକୁ ନେପାଳ ରାଜା ଓ ଗଜପତି ମହାରାଜା ଯାଇ ପୂଜାର୍ଚ୍ଚନା କରିବେ।

୨୦୦୩ ମାର୍ଚ୍ଚ ୨୯ ତାରିଖରେ ରାଜା ଜ୍ଞାନେନ୍ଦ୍ର ପୁରୀ ଆସିଥିଲେ। ତାଙ୍କ ପୂର୍ବରୁ ୧୯୯୩ ମେ’ ମାସରେ ରାଜା ବିରେନ୍ଦ୍ର ଶ୍ରୀମନ୍ଦିର ଆସିଥିଲେ।

Related story