ନେପାଳରେ ଫସିଥିବା ଓଡ଼ିଆଙ୍କ ଲାଗି ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର: ଭୂ-କମ୍ପ ପରେ ନେପାଳରେ ଫସି ଯାଇଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଏକ ହେଲ୍ପ ଲାଇନ ଜାରି କରିଛନ୍ତି। ପ୍ରଭାବିତ ଲୋକେ ଏବଂ ସେମାନଙ୍କ ସମ୍ପର୍କୀୟ ନୂଆଦିଲ୍ଲୀର ଚିଫ୍ ରୋସିଡ଼େଣ୍ଟ କମିଶନରଙ୍କ ଅଫିସର ଟେଲିଫୋନ ନମ୍ବର-୦୧୧-୨୪୬୭୯୨୦୧, ଇପିଏବିଏକ୍ସ ନମ୍ବର-୦୪କୁ ଯୋଗାଯୋଗ କରିପାରିବେ। ସେହିଭଳି ମୋବାଇଲ ନମ୍ବର-୦୭୮୦୩୮୫୦୦୦୫କୁ ମଧ୍ୟ ଯୋଗାଯୋଗ କରିପାରିବେ। ଫେରୁଥିବା ଓଡ଼ିଆଲୋକଙ୍କୁ ମାଗଣାରେ ଓଡ଼ିଶା ସଦନରେ ରହିବା ପାଇଁ ୧୦ଟି ରୁମ ରଖାଯାଇଛି।ଦିଲ୍ଲୀରେ ପହଞ୍ଚୁଥିବା ଲୋକଙ୍କୁ ଟ୍ରେନରେ […]

odisha helpline

Rakesh Mallick
  • Published: Wednesday, 29 April 2015
  • , Updated: 29 April 2015, 05:07 AM IST

ଭୁବନେଶ୍ୱର: ଭୂ-କମ୍ପ ପରେ ନେପାଳରେ ଫସି ଯାଇଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ଏକ ହେଲ୍ପ ଲାଇନ ଜାରି କରିଛନ୍ତି। ପ୍ରଭାବିତ ଲୋକେ ଏବଂ ସେମାନଙ୍କ ସମ୍ପର୍କୀୟ ନୂଆଦିଲ୍ଲୀର ଚିଫ୍ ରୋସିଡ଼େଣ୍ଟ କମିଶନରଙ୍କ ଅଫିସର ଟେଲିଫୋନ ନମ୍ବର-୦୧୧-୨୪୬୭୯୨୦୧, ଇପିଏବିଏକ୍ସ ନମ୍ବର-୦୪କୁ ଯୋଗାଯୋଗ କରିପାରିବେ। ସେହିଭଳି ମୋବାଇଲ ନମ୍ବର-୦୭୮୦୩୮୫୦୦୦୫କୁ ମଧ୍ୟ ଯୋଗାଯୋଗ କରିପାରିବେ। ଫେରୁଥିବା ଓଡ଼ିଆଲୋକଙ୍କୁ ମାଗଣାରେ ଓଡ଼ିଶା ସଦନରେ ରହିବା ପାଇଁ ୧୦ଟି ରୁମ ରଖାଯାଇଛି।ଦିଲ୍ଲୀରେ ପହଞ୍ଚୁଥିବା ଲୋକଙ୍କୁ ଟ୍ରେନରେ ୩ଟାୟାର-ଏସିରେ ଓଡ଼ିଶା ପଠାଇଦେବାକୁ ବ୍ୟବସ୍ଥା କରାଯାଇଛି। ସମସ୍ତ ଜିଲ୍ଲା ଜିଲ୍ଲାପାଳଙ୍କୁ ନେପାଳରେ ରହିଥିବା ଓଡ଼ିଶା ଲୋକଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ କୁହାଯାଇଛି।

Related story