ନୂଆ ୪୮ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁଇଁଲା ୬୭୨

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୪୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ଛୁଇଁଛି। ରାଜ୍ୟର ୯ ଜିଲ୍ଲାରୁ ଏହି ନୂଆ ୪୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ବାଲେଶ୍ୱରରୁ ୧୨ଜଣ, ପୁରୀରୁ ୧୦ଜଣ, ଭଦ୍ରକରୁ ୬ଜଣ, ନୟାଗଡ଼ ୩ଜଣ, ଯାଜପୁରରୁ ୨, ସୁନ୍ଦରଗଡ଼, କଟକ ଓ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   ଗଞ୍ଜାମରେ ନୂଆ ୧୨ ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ  ସଂଖ୍ୟା […]

corona

corona

Niharika Rout
  • Published: Friday, 15 May 2020
  • Updated: 15 May 2020, 11:40 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୪୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ଛୁଇଁଛି।

ରାଜ୍ୟର ୯ ଜିଲ୍ଲାରୁ ଏହି ନୂଆ ୪୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ବାଲେଶ୍ୱରରୁ ୧୨ଜଣ, ପୁରୀରୁ ୧୦ଜଣ, ଭଦ୍ରକରୁ ୬ଜଣ, ନୟାଗଡ଼ ୩ଜଣ, ଯାଜପୁରରୁ ୨, ସୁନ୍ଦରଗଡ଼, କଟକ ଦେବଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  

ଗଞ୍ଜାମରେ ନୂଆ ୧୨ ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ  ସଂଖ୍ୟା ୨୬୪ରେ ପହଞ୍ଚିଛି। ଏହି ୧୨ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।

ସେହିପରି ବାଲେଶ୍ୱରରେ ଏହି ସଂଖ୍ୟା ୧୦୦ ପାର୍‌ କରି ୧୦୨ ଛୁଇଁଛି। ନୂଆ ୧୨ ଜଣଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗରୁ,  ୨ ଜଣ ସୁରତ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ସେମାନେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଏହାବ୍ୟତୀତ ଆଉ ୨ ଜଣ  ପଜିଟିଭ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାଯାଇଛି।

ଏହା ପଛକୁ ରହିଛି ଯାଜପୁର। ଏହି ଜିଲ୍ଲାରେ ନୂଆ ୨ ଜଣଙ୍କୁ ମିଶାଇ ସମୁଦାୟ ୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ।


ନୂଆ ୬ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକରେ ଏହି ସଂଖ୍ୟା ୪୬ ଛୁଇଁଛି। ନୂଆ  ୬ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଜଣାଯାଇଛି।


ପୁରୀରେ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିବା ବେଳେ ଏବେ ତାହା ୧୪ରେ ପହଞ୍ଚିଛି। ନୂଆ ୧୦ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାଯାଇଛି।  ନୟାଗଡ଼ରେ ପୂର୍ବରୁ ଜଣେ ଆକ୍ରାନ୍ତ ଥିବା ବେଳେ ନୂଆ ୩ ଆକ୍ରାନ୍ତଙ୍କୁ ମିଶାଇ ଏହି ସଂଖ୍ୟା ୪ରେ ପହଞ୍ଚିଛି।

ସେହିପରି  ସୁନ୍ଦରଗଡ଼, କଟକ ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ଯଥାକ୍ରମେ ୨୬, ୪, ୨ରେ ପହଞ୍ଚିଛି।  

କଟକରେ  ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଆବୁଧାବିରୁ ଫେରିଥିବା ବେଳେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଜଣାଯାଇଛି।

ରାଜ୍ୟର ସମୁଦାୟ ୬୭୨ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୧ ଜଣ ଚିକିତ୍ସାଧୀନ ଥିବାବେଳେ ୧୫୮ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩ଜଣଙ୍କ ମୃତ୍ୟୁ ଘଟିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos