Advertisment

ନୂଆ ମନ୍ତ୍ରୀଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାୟିତ୍ୱ ନେଇଥିବା ରାଜ୍ୟର ନୂଆ ମନ୍ତ୍ରୀମାନଙ୍କ ଆଗରେ ଠିଆ ହୋଇଛି ନୂଆ ଚ୍ୟାଲେଞ୍ଜ। ରବିବାର ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେମାନଙ୍କ ଆଗରେ ଭଲ କାମ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସମେତ ଲୋକଙ୍କ ଆସ୍ଥା ବଜାୟ ରଖିବା ସବୁଠାରୁ ବଡ଼ ଚ୍ୟାଲଞ୍ଜ। ବିଶେଷ ଭାବେ ୨୦୨୪ ନିର୍ବାଚନରେ ପୁଣି ସେମାନଙ୍କୁ ଭୋଟ ପରୀକ୍ଷା ଦେବାକୁ ପଡ଼ିବ। ଭଲ କରିଥିଲେ ଭଲ ମିଳିବ। […]

ନୂଆ ମନ୍ତ୍ରୀଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ

Nabin

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦାୟିତ୍ୱ ନେଇଥିବା ରାଜ୍ୟର ନୂଆ ମନ୍ତ୍ରୀମାନଙ୍କ ଆଗରେ ଠିଆ ହୋଇଛି ନୂଆ ଚ୍ୟାଲେଞ୍ଜ। ରବିବାର ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେମାନଙ୍କ ଆଗରେ ଭଲ କାମ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସମେତ ଲୋକଙ୍କ ଆସ୍ଥା ବଜାୟ ରଖିବା ସବୁଠାରୁ ବଡ଼ ଚ୍ୟାଲଞ୍ଜ। ବିଶେଷ ଭାବେ ୨୦୨୪ ନିର୍ବାଚନରେ ପୁଣି ସେମାନଙ୍କୁ ଭୋଟ ପରୀକ୍ଷା ଦେବାକୁ ପଡ଼ିବ। ଭଲ କରିଥିଲେ ଭଲ ମିଳିବ। ନଚେତ ପରିଣାମ ବଦଳି ମଧ୍ୟ ଯାଇପାରେ।

Advertisment

ଏହି ନିର୍ବାଚନ ନିମନ୍ତେ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ରହିଛି। ତେଣୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗର ପାରଦର୍ଶିତା ଦେଖାଇବେ ତାହା ଉପରେ ରହିବ ଫୋକସ୍।

ନୂଆ ମନ୍ତ୍ରୀମାନଙ୍କ ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ମହିଳା ମନ୍ତ୍ରୀମାନେ। କାରଣ ପ୍ରଥମ ଥର ଲାଗି ସର୍ବାଧିକ ୫ଜଣ ମହିଳାଙ୍କୁ ନବୀନ ନିଜ କ୍ୟାବିନେଟ୍ରେ ନେବା ସହ ସେମାନଙ୍କୁ ଓଜନିଆ ବିଭାଗ ବି ମିଳିଛି। ରାଜସ୍ୱ ଓ ବିପଯର୍ୟୟ ପରିଚାଳନା ମନ୍ତ୍ରୀ ହୋଇଥିବା ପ୍ରମିଳା ମଲ୍ଲିକଙ୍କ ପାଇଁ ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ବାଲି ଚୋରି ରୋକିବା, ଜମିଜମା ବିବାଦର ସାମଧାନ କରିବା ବଡ଼ ଚ୍ୟାଲେଞ୍ଜ୍ ରହିବ।

Advertisment

ନଗର ଉନ୍ନୟନ ବିଭାଗ ପାଇଥିବା ଊଷା ଦେବୀଙ୍କ ପାଇଁ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ୍ ମାଧ୍ୟମରେ ଜାଗା ଆବଣ୍ଟନ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ବଡ଼ ଆହ୍ୱାନ ହେବ। ସେହିପରି ବିଭାଗ ବଦଳିଥିବା ଟୁକୁନି ସାହୁଙ୍କ ଆଗରେ ବଡ଼ ଚ୍ୟାଲେଂଜ ହେବ ଜଳସେଚନ ସମସ୍ୟାର ସମାଧାନ କରିବା। ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ବି ତାହା ହୋଇପାରିନି। ବ୍ୟାରେଜ ନିର୍ମାଣ ସହିତ ଜଳସେଚନ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ।

ସେପଟେ ବାସନ୍ତି ହେମ୍ୱ୍ରମଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଂଜ ହେବ ମିଶନ ଶକ୍ତି ଲକ୍ଷ୍ୟ ପୂରଣ। ସ୍ୱୟଂସହାୟଗ ଗୋଷ୍ଠୀମାନଙ୍କୁ ଆଗାମୀ ୫ବର୍ଷରେ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇଦେବା ଓ ବିଭିନ୍ନ ବ୍ୟବସାୟ ମାଧ୍ୟମରେ ୬ ହଜାର କୋଟି ଟଙ୍କା ପ୍ରଦାନ କରିବା ବଡ଼ ଟାସ୍କ ରହିବ।

ସେହିପରି ଶିଳ୍ପ ଓ ଶକ୍ତି ବିଭାଗ ପାଇଥିବା ପ୍ରତାପ ଦେବଙ୍କ ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ରହିବ ପାଓ୍ୱରକଟ୍ ସମସ୍ୟାର ସମାଧାନ ସହିତ ଶିଳ୍ପ ପାଇଁ ପୁଞ୍ଜି ଯୋଗାଡ଼ ଓ ନିଯୁକ୍ତି ସୃଷ୍ଟି କରିବା।

ଧାନ ସଂଗ୍ରହ ଓ ଟୋକନ୍ ସମସ୍ୟା ସମାଧାନ, ଚାଷୀଙ୍କୁ ଠିକ୍ ସମୟରେ ଋଣ ପ୍ରଦାନ ପ୍ରଭୃତି ପରୀକ୍ଷା ଦେଇ ଗତି କରିବେ ନୂଆ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ ନାୟକ। କୃଷିମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ପାଇଁ ଚାଷୀଙ୍କ ଚିରାଚରିତ ସମସ୍ୟାଠାରୁ ଆରମ୍ଭ କରି କାଳିଆ ଯୋଜନାର ସଠିକ୍ କାର୍ଯ୍ୟକାରିତା ବଡ଼ ଚ୍ୟାଲଂଜ ହେବ। ଏ ସମସ୍ତଙ୍କଠାରୁ ବଡ଼ ପରୀକ୍ଷା ଦେବେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ତାଙ୍କୁ ପୁରୀ ଶ୍ରୀମନ୍ଦିରଠୁ ଆରମ୍ଭ କରି ଶ୍ରୀଲିଙ୍ଗରାଜ, ଘଟଗାଁ ମା’ ତାରିଣୀ ଭଳି ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟକରଣ କରିବାକୁ ପଡ଼ିବ। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ପାଇଁ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନବ ଦାସଙ୍କ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ଲାଗି ଅପହଞ୍ଚ ଇଲାକାକୁ ରାସ୍ତା ନିର୍ମାଣ ଓ ଶ୍ରମ ଶ୍ରୀକାନ୍ତ ସାହୁଙ୍କ ଲାଗି ଦାଦନ ସମସ୍ୟାର ସଫଳ ମୁକାବିଲା ବଡ଼ ଚ୍ୟାଲେଞ୍ଜ ହେବ। ସରକାରଙ୍କ ଫୋକସରେ ଥିବା ସ୍କୁଲ୍ ରୂପାନ୍ତୀକରଣରେ ଅଧିକ ସ୍କୁଲକୁ ସାମିଲ କରିବା, ଶିକ୍ଷକ ଖାଲିସ୍ଥାନ ସମସ୍ୟା ସମାଧାନ ଓ ତ୍ରୁଟି ଶୂନ୍ୟ ପରୀକ୍ଷା ପରିଚାଳନା ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ଅହ୍ୱାନ ହେବ। ନୂଆ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ପାଇଁ ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ କାର୍ଯ୍ୟକାରୀ କରାଇବା ପ୍ରଥମ ଚ୍ୟାଲେଂଜ ହେବ। ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପାଇଥିବା ତୁଷାରକାନ୍ତି ବେହେରାଙ୍କ ଲାଗି ଚ୍ୟାଲେଞ୍ଜ ରହିବ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା।

ତେଣୁ ଦେଖିବାର କଥା କେଉଁ ମନ୍ତ୍ରୀ କିଭଳି ଦକ୍ଷତାର ସହ ନିଜ ବିଭାଗର ଦାୟିତ୍ୱ ପରିଚାଳନା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe