ମଳିନ ପଡ଼ିଲା ଖୁସି: ସମ୍ବଲପୁର ହସ୍ପିଟାଲରୁ ନବଜାତ ଶିଶୁପୁତ୍ର ଚୋରି

ସମ୍ବଲପୁର: ସମ୍ବଲପୁର ସଦର ହସ୍ପିଟାଲରୁ ଏକ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରୁ କେହି ଜଣେ ଶିଶୁପୁତ୍ରକୁ ଚୋରି କରି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଜୁଜୁମୁରା ବ୍ଲକ ଆମଲିପାଲିରୁ ଜଣେ ମହିଳା ପ୍ରସବ ପାଇଁ ହସ୍ପିଟାଲକୁ ଆସିଥିଲେ। ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ପ୍ରସବର କିଛି ଘଣ୍ଟା ପରେ କେହି ଦୁର୍ବୃତ୍ତ ଶିଶୁଟିକୁ ଚୋରାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପିଲା […]

sambalpur

Rakesh Mallick
  • Published: Friday, 24 March 2017
  • , Updated: 24 March 2017, 03:36 PM IST

ସମ୍ବଲପୁର: ସମ୍ବଲପୁର ସଦର ହସ୍ପିଟାଲରୁ ଏକ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରୁ କେହି ଜଣେ ଶିଶୁପୁତ୍ରକୁ ଚୋରି କରି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଜୁଜୁମୁରା ବ୍ଲକ ଆମଲିପାଲିରୁ ଜଣେ ମହିଳା ପ୍ରସବ ପାଇଁ ହସ୍ପିଟାଲକୁ ଆସିଥିଲେ। ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ପ୍ରସବର କିଛି ଘଣ୍ଟା ପରେ କେହି ଦୁର୍ବୃତ୍ତ ଶିଶୁଟିକୁ ଚୋରାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପିଲା ଚୋରି ଘଟଣାକୁ ସିଡିଏମ୍‌ଓ କୋଦଣ୍ଡଧର ରାଓ ସ୍ୱୀକାର କରିଛନ୍ତି।

Related story